Sun. May 17th, 2026

ଆମେରିକାକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନରେନ୍ଦ୍ର ମୋଦୀଙ୍କ ଶୈଳୀକୁ ଅନୁକରଣ କରିବେ ଇମ୍ରାନ୍‌ ଖାନ୍‌!

181 Views

ଓ୍ଵାସିଂଟନ୍‌  : ପାକିସ୍ତାନର ଦେବାଳିଆ ଅବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଏବେ ଆମେରିକାର ସହାୟତା ଲୋଡୁଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ପ୍ରଭାବିତ କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୈଳୀକୁ ଆପଣାଇବେ ବୋଲି ଜଣାଯାଇଛି। ଇମ୍ରାନ୍‌ ଖାନ୍‌ ଓ୍ଵାସିଂଟନ୍‌ରେ ମୋଦୀଙ୍କ ଶୈଳୀରେ ଏକ ସାଧାରଣ ସଭାରେ ଯୋଗ ଦେବା ଲାଗି ଯୋଜନା କରିଛନ୍ତି। ସେ ପାକିସ୍ତାନୀମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଆଗାମୀ ଜୁଲାଇ ୨୨ ତାରିଖରେ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତିଙ୍କ ସହ ଇମ୍ରାନ୍‌ ଖାନ୍‌ଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ନିକଟତର ହେବା ଲାଗି ପାକିସ୍ତାନ ଗତକାଲି ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁ ଗିରଫ କରିଛି। ଏବେ ପାକିସ୍ତାନ କେବଳ ଅର୍ଥନୈତିକ ସୁବିଧା ପାଇଁ ନୁହେଁ,ବରଂ ବାଣିଜ୍ୟ ଓ ଆର୍ଥିକ ସହାୟତା ଲାଗି ଆମେରିକା ଉପରେ ନିର୍ଭରଶୀଳ। ଏବେ ସେଠାରେ ପ୍ରାୟ ୫ଲକ୍ଷ ପାକିସ୍ତାନୀ ମୂଳର ଲୋକ ବସବାସ କରୁଛନ୍ତି। ଇମ୍ରାନ୍‌ ଖାନ୍‌ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କୁ ଭେଟିବା ପରେ ୟୁଏସଆଇପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୁଲାଇ ୨୩ରେ ଅଂଶଗ୍ରହଣ କରିବେ।

By amfnews

Related Post