Tue. Sep 29th, 2026

ପୁଲିସ ସୂଚନାଦାତା ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

234 Views

ମାଲକାନଗିରି : ବୁଧବାର ବିଳମ୍ବିତ ରାତ୍ରୀରେ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାର ବୀରାବରମ ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ନିହତ ବ୍ୟକ୍ତି ଦୁହେଁ ହେଲେ ଭାସ୍କର ରାଓ ଏବଂ ସେଟ୍ଟୀବାବୁ। ଦୁହିଁଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ଗତରାତିରେ ମାଓବାଦୀମାନେ ଘରୁ ଡାକି ନେଇ ଗ୍ରାମ ନିକଟସ୍ଥ ଚିନ୍ତାପାଲି ମଣ୍ଡଲମ୍‌ ଜଙ୍ଗଲ ମଧ୍ୟରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଦୁହିଁଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଘଟଣାସ୍ଥଳକୁ ବାହାରିଛି।

By amfnews

Related Post