Sat. Apr 25th, 2026

ଆତଙ୍କବାଦ-ନିରୋଧୀ ଆଇନ୍‌ ‘ୟୁଏପିଏ’ ବିଷୟରେ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଲେ ସୁପ୍ରିମ୍‌ କୋର୍ଟ

268 Views

ନୂଆଦିଲ୍ଲୀ: ଶୁକ୍ରବାର ଦିନ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆମେଣ୍ଡମେଣ୍ଟ୍‌ ଆକ୍ଟ, ୨୦୧୯ (ୟୁଏପିଏ) ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସଂଶୋଧିତ ‘ୟୁଏପିଏ’ ଆଇନକୁ ଅସାମ୍ବିଧାନିକ ଘୋଷଣା କରିବାକୁ ପିଟିସନ୍‌ରେ କୁହାଯାଇଛି। ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଅଦାଲତ ଏ ସଂକ୍ରାନ୍ତରେ ଅନୁଶୀଳନ କରିବ।

‘ୟୁଏପିଏ’ ବିରୋଧରେ ଜନସ୍ୱାର୍ଥ ମାମଲା ଫାଇଲ୍‌ କରିଥିବା ସଜଳ ଅଓ୍ଵସ୍ଥି କହିଛନ୍ତି ଯେ ଏହି ଆଇନ୍‌ ନାଗରିକର ମତପ୍ରକାଶ ଅଧିକାରକୁ ସଙ୍କୁଚିତ କରୁଛି। ଆତଙ୍କବାଦୀ ଘୋଷିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ପୂର୍ବରୁ ଏହି ଆଇନ୍‌ ତାଙ୍କୁ ତାଙ୍କର ଯର୍ଥାଥତା ସାବ୍ୟସ୍ତ କରିବାକୁ ସୁଯୋଗ ଦେଉନାହିଁ। ଏହି ଆଇନ୍‌ ସମ୍ବିଧାନର ମୌଳିକ ନିୟମ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ କହିଛନ୍ତି।

ବୁଧବାର ଦିନ କେନ୍ଦ୍ର ସରକାର ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର, ଲଶ୍କର୍‌-ଏ-ତୈବାର ସଂସ୍ଥାପକ ହାଫିଜ୍‌ ମହମ୍ମଦ ସଇଦ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ଜାକି-ଉର୍‌-ରେହମାନ୍‌-ଲଖଓ୍ଵି ଏବଂ ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ ଇବ୍ରାହିମ୍‌ଙ୍କୁ ଏହି ଆଇନ୍‌ ବଳରେ ପୃଥକ୍‌ ଆତଙ୍କବାଦୀ ଘୋଷଣା କରିଛନ୍ତି।

By amfnews

Related Post