Wed. Sep 30th, 2026

ଏହି ବିଜେଡି ନେତାମାନଙ୍କୁ ମିଳିଲା ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

545 Views

ଭୁବନେଶ୍ବର:  ଉପଦେଷ୍ଟା ପଦବୀରେ ନିଯୁକ୍ତି ପାଇଥିବା ବିଜେଡି ନେତାମାନଙ୍କୁ ରାଜ୍ୟ ସରକାର ବିଧିବଦ୍ଧ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।

ତାହା ଅନୁଯାୟୀ ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ମୁଖ୍ୟ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା ଉତ୍କଳ କେଶରୀ ପରିଡ଼ାଙ୍କୁ ‘ପ୍ରମୁଖ ସଚିବ’ ପାହ୍ୟାର ଦରମା ଓ ସୁବିଧା ସୁଯୋଗ ମିଳିବ।

ଠିକ ସେହିପରି ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁଜିବୁଲ୍ଲା ଖାନ୍ଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ଠିକ୍ ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭଳି ରାଷ୍ଟ୍ରମନ୍ତ୍ରୀ ବୋଲି ଜଣାଯାଇଛି ।

By amfnews

Related Post