Sat. Jul 25th, 2026

ଆଡିଲେଡ୍‌ ଦିନିକିଆ: ଫିଞ୍ଚ , କାରେ ଶସ୍ତାରେ ଆଉଟ୍‌, ଅଷ୍ଟ୍ରେଲିଆ ୪୦/୨

400 Views

ଆଡିଲେଡ୍‌, ଜାନୁଆରୀ ୧୫ : ଆଜି ଅଷ୍ଟ୍ରେଲିଆର ଆଡିଲେଡ୍‌ ଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ଦିନିକିଆରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପୁଣି ଥରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ସିଡ୍‌ନି ଦିନିକିଆ ପରି ଆଡିଲେଡ୍‌ ଠାରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ଦେଖିବାକୁ ମିଳିଛି। ଖେଳର ୭ମ ଓଭରର ଶେଷ ବଲରେ ଭୁବନେଶ୍ୱର କୁମାର ଅଧିନାୟକ ଫିଞ୍ଚଙ୍କୁ କ୍ଲିନ୍‌ ବୋଲ୍‌ଡ କରି ପାଭିଲିୟନ ଫୋରାଇ ଦେଇଛନ୍ତିି ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଅନୁପ୍ରାଣିତ ହୋଇ ମହମ୍ମଦ ସାମି ମଧ୍ୟ ପରବର୍ତ୍ତୀ ଓଭରରେ ଅନ୍ୟତମ ଓପ୍‌ନର କାରେଙ୍କୁ ଆଉଟ୍‌ କରିବାର ସଫଳ ହୋଇଛନ୍ତି। ସାମି କାରେଙ୍କୁ ଶିଖର ଧାଓ୍ଵନଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରାଇ ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି।୧୧ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୨ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୪୦ ରନ୍‌।

ବିଶ୍ୱ କ୍ରିକେଟ୍‌ରେ ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚାଲିଥିବା ଏହି ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ସେଥିଲାଗି ଭାରତ ପାଇଁ ମଙ୍ଗଳବାର ମୁକାବିଲା କର ବା ମର ହୋଇଛ।ଶୃଙ୍ଖଳା ବଞ୍ଚାଇବା ଲାଗି ବିରାଟ ବାହିନୀ ପାଇଁ ଏଠାରେ ବିଜୟ ହାସଲ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଛି।ଏଥିପାଇଁ ଭାରତୀୟ ଦଳ ତାର ବୋଲିଂ କ୍ରମରେ ଗୋଟିଏ ପରିବର୍ତ୍ତନ କରିଛି। ଦଳରେ ଖଲୀଲ ଅହମ୍ମଦଙ୍କ ସ୍ଥାନରେ ମହମ୍ମଦ ସୀରାଜଙ୍କୁ ସ୍ଥାନ ମିଳିଛି।

ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, କୁଲଦୀପ ଜାଦବ, ମହମ୍ମଦ ସୀରାଜ, ମହମ୍ମଦ ସାମୀ।

By amfnews

Related Post