Sat. Oct 17th, 2026

ଏହି କାରଣରୁ ‘ସାରେ ଜାହାଁସେ ଆଚ୍ଛା’ ଛାଡ଼ିଲେ ଶାହାରୁଖ୍‌!

274 Views

ମୁମ୍ବାଇ, ଜାନୁଆରୀ ୧୫: ଜିରୋ,ଜବ୍‌ ହେରି ମେଟ୍‌ ସେଜଲ୍‌,ରଇସ ଓ ଫ୍ୟାନ୍‌ ଭଳି ଲଗାତାର ଫିଲ୍ମ ଦେଇଥିବା ହେତୁ ଶାହାରୁଖ୍‌ ଖାନ୍‌ ଚିନ୍ତାରେ ଅଛନ୍ତି। ସେ ଏବେ ରିସ୍କ ନେବା ମୁଡରେ ନାହାନ୍ତି। ସେ ପ୍ରୟୋଗାତ୍ମକ ଫିଲ୍ମରେ କାମ କରିବାକୁ ଆଉ ଚାହୁଁନାହାଁନ୍ତି। ଶୁଣିବାକୁ ମିଳଛି ଯେ ଶାହାରୁଖ୍‌ ଖାନ୍‌ ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଜୀବନୀ ଆଧାରିତ ଫିଲ୍ମ‘ସାରେ ଜାହାଁସେ ଆଚ୍ଛା’ରୁ ଓହରିଯାଇଛନ୍ତି। ‘ଜିରୋ’ର ପ୍ରମୋସନ୍‌ ବେଳେ କିଙ୍ଗ୍‌ ଖାନ୍‌ ‘ସାରେ ଜାହାଁସେ ଆଚ୍ଛା’କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ବୋଲି କହିଥିଲେ। କିନ୍ତୁ ଏବେ କହୁଛନ୍ତି ଯେ ଏହାର ସ୍କ୍ରିପ୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି।

କିନ୍ତୁ ଅସଲ କଥା ହେଲା ଯେ ଶାହାରୁଖ୍‌ ଖାନ୍‌ ନିଜର ଷ୍ଟାରଡମ୍‌କୁ ସୁରକ୍ଷିତ ରଖିବା ଲାଗି ‘ଡନ୍‌-୩’ଫିଲ୍ମରେ କାମ କରିବାକୁ ଚାହାଁନ୍ତି। ‘ଡନ୍‌-୩’ର ନିର୍ମାତା ରିତେଶ ସିଧଓ୍ଵାନି ଓ ଫରହାନ୍‌ ଅଖତର ଏ ସଂପର୍କରେ କହିଛନ୍ତି ଯେ ଖୁବ୍‌ ଶୀଘ୍ର ନୂଆ ଘୋଷଣା କରାଯିବ। ତେବେ ଏଥିରେ ଶାହାରୁଖ୍‌ ଖାନ୍‌ କେବେ କାମ କରୁଛନ୍ତି ,ତାହା ଦେଖିବାକୁ ବାକି ରହିଲା।

By amfnews

Related Post