Wed. Sep 2nd, 2026

ଆଜିଠୁ ଶୀତ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

240 Views

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନର ପ୍ରଥମରୁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଆବାସ କେଳାଙ୍କରୀ ପରି ଅନେକ ପ୍ରସଙ୍ଗ  ରହିଛି। ରଣନୀତି ପ୍ରସ୍ତୁତ ପାଇଁ ଗତକାଲି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ସେହିପରି ଆଜି ଦିନ ୧୦ଟାରେ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ବସିବ।

ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭାକୁ ପେରରଲେସ୍ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମେ ପ୍ରଶ୍ନ ଉତ୍ତରଗୁଡିକ ନ୍ୟାସନାଲ ଇ-ବିଧାନ  ଆପ୍ଲିକେସନ  ବା ନେଭା ଆପ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ। ତେବେ ଯେଉଁ ବିଧାୟକ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ। ଏହାସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ ବୋଲି ବାଚସ୍ପତି କହିଛନ୍ତି।

ବିଧାନସଭା ଅଧିବେଶନ ପୂର୍ବରୁ ଗତକାଲି  ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୁଲିସ ଡିଜି ବି.କେ. ଶର୍ମା।

By amfnews

Related Post