Tue. Sep 22nd, 2026

ଅନ୍ଧବିଶ୍ୱାସର କରୁଣ ପରିଣତି; ପୁଣି ଗଡ଼ିଲା ମୁଣ୍ଡ

276 Views

ମୋହନା ; ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଅଲଗା କରି ଦିଆଯାଇଛି। ଏପରି ନୃଶଂସ କାଣ୍ଡ ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ ଗତ ସନ୍ଧ୍ୟାରେ ଘଟିଛି। ମୃତକ ହେଲେ ଭାଲିଆସାହି ଗାଁର ଦସୁ ମଲ୍ଲିକ(୬୫) । ଗୁଣିଗାରେଡ଼ି ସନ୍ଦେହରେ ବାପାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେହ ଖରାପ ହେଲେ ସେମାନେ ଦସୁଙ୍କଠାରୁ ଚେରମୂଳି ଔଷଧ ନେଉଥିଲେ।  ତେବେ ସେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ପୂର୍ବରୁ ତାଙ୍କର  ବେଣୀପଦର ଗାଁର କିଛି ଲୋକଙ୍କ ସହ ଶତ୍ରୁତା ଥିଲା। ଏନେଇ ପୂର୍ବରୁ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି।

ଗତକାଲି ଦସୁ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ ପାଖ ଗାଁର କିଛି ଲୋକ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ କଟୁରି ସାହାଯ୍ୟରେ ସେମାନେ ଦସୁଙ୍କ ମୁଣ୍ଡକୁ ଅଲଗା କରି ଦେଇଥିବା ତାଙ୍କ ପୁଅ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରି ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post