Sun. Apr 26th, 2026

ଆଜି ସୁଆର ମହାସୁଆର ନିଯୋଗ ନିର୍ବାଚନ

179 Views

ପୁରୀ : ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୋଇଲି ବୈକୁଣ୍ଠ ନିକଟ ନିଯୋଗ କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନରେ ୧୫ ସଦସ୍ୟ ପଦବୀ ଲାଗି ୩୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନରେ ହଜାରେ ୩୦ ଜଣ ଭୋଟର ମତଦାନ କରିବେ। ମତଦାନ ସରିବା ପରେ ଆସନ୍ତା ୧୧ତାରିଖରେ ନିର୍ବାଚିତ ୧୫ ସଦସ୍ୟଙ୍କ ନାମ ଘୋଷଣା କରାଯିବ। ତେବେ ନିର୍ବାଚିତ ହୋଇଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ନିଯୋଗ କର୍ମକର୍ତ୍ତା ଚୟନ କରାଯିବ।  ଆବଶ୍ୟକ ପଡିଲେ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ପୁଣି ଥରେ ଭୋଟ୍‌ ହୋଇ କର୍ମକର୍ତ୍ତା ଚୟନ କରାଯିବ। ନିଯୋଗର ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ହୋଇଥାଏ।

By amfnews

Related Post