Thu. Aug 13th, 2026

ଆଜି ବି ଗଞ୍ଜାମରେ ଗଡ଼ୁନି ଘରୋଇ ବସ୍

298 Views

ବ୍ରହ୍ମପୁର : ଦ୍ୱିତୀୟ ଦିନ ପାଇଁ ଗଞ୍ଜାମ ଜିଲ୍ଲାରେ ଘରୋଇ ବସ୍ ସେବା ବନ୍ଦ ରହିଛି। ବ୍ରହ୍ମପୁରସ୍ଥିତ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ  ଆଜି ବି ଆନ୍ଦୋଳନ ଜାରି ରଖିଛି। ଗତକାଲି ଭଳି ଆଜି ମଧ୍ୟ ବସ୍ ସେବା ବନ୍ଦ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ଗତକାଲି ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ଅନ୍ୟପକ୍ଷରେ ସରକାରୀ ବସ୍ ପର୍ଯ୍ୟାପ୍ତ ନଥିବାରୁ ଯାତ୍ରୀଙ୍କ ସମସ୍ୟା ଅଧିକ ବଢ଼ିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଂଘ ନିଜ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ୪୦୦ରୁ ଅଧିକ ବସ୍ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରକୁ ଗଡ଼ିଥାଏ। ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱକୁ ଉନ୍ନୟନ ମୂଳକ କାମ ନାଁରେ ପ୍ରଶାସନ ପକ୍ଷରୁ ଖୋଳି ଦିଆଯାଇଛି।  ଏହାସହ ବସ୍‌କୁ ହଳଦିଆପଦର ବସ୍ ଟର୍ମିନାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି। ଯାହାକୁ ଘରୋଇ ବସ୍ ମାଲିକ ତୀବ୍ର ସଂଘ ବିରୋଧ କରୁଛି।

By amfnews

Related Post