Wed. Sep 2nd, 2026

୧୧ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

193 Views

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଗତକାଲି ବାଟାଗୁଡ଼ା ପଞ୍ଚାୟତର ପୁସାଙ୍ଗିଅର ଓ ପାଲୁଙ୍କିଆ ଆଦି ଅଞ୍ଚଳର ୧୧୮ ଏକର  ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ  ନଷ୍ଟ କରାଯାଇଥିଲା। ତେବେ ବାଲିଗୁଡ଼ା ଏସଡିପିଓ ରଞ୍ଜନ କୁମାର ବାରିକ ନିଜେ ଗଞ୍ଜେଇ ଗଛ ସବୁ କାଟୁଥିବା ଦେଖିବାକୁ ମିଳିଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବା ବୋଲି ଜଣାପଡ଼ିଛି। ବାଲିଗୁଡା ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଗଞ୍ଜେଇ ଗଛ ସବୁ ନଷ୍ଟ କରିଥିଲେ।

By amfnews

Related Post