Fri. Apr 24th, 2026

ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜୀଉ

345 Views

ପୁରୀ, ଫେବୃଆରୀ ୧୩ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି ।

ଆଜି ମୁଣ୍ଡ ଠାରୁ ପାଦ ଯାଏଁ ପୁରା ଶରୀର ପଦ୍ମଫୁଲରେ ବିଭୂଷିତ ହେବେ ଶ୍ରୀଜୀଉ । ଆଜି ରାତିରେ ମହାପ୍ରଭୁଙ୍କ ଏହି ବେଶ ପରେ ଆସନ୍ତା କାଲି ଅବକାଶ ନୀତି ପର୍ଯ୍ୟନ୍ତ ପଦ୍ମବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ପଦ୍ମବେଶରେ ମହାପ୍ରଭୁଙ୍କଠାରେ ଏକପଣ (୮୦ଟି) ପଦ୍ମଫୁଲ, ଏକପଣ ଡାଳି, ତିନୋଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ତିନିଟି, ବଳଭଦ୍ରଙ୍କଠାରେ ତିନିଟି ଓ ମା’ ସୁଭଦ୍ରାଙ୍କଠାରେ ଗୋଟିଏ ଗଛ ଲାଗି ହେବ । ଏଥିସହ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଚାଉଳରେ ପ୍ରସ୍ତୁତ ଅମାଲୁ, କ୍ଷୀରି ଆଦି ଲାଗି ହେବ ।

ବଡ ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଏହି ସବୁ ଯୋଗାଇ ଦିଆଯିବା ।

ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ବେଳେ ଭକ୍ତ ଭିଡ ନିୟନ୍ତ୍ରଣ କରିବା ପାଇଁ ବ୍ୟପକ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ।

By amfnews

Related Post