Mon. May 20th, 2024

‘ବାଇ-ଲ’ କୁ ନେଇ ଟ୍ୱିଟର ୱାର, ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ର ଜବାବ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By amfnews Feb 13, 2021 #Featured
91 Views

ଭୁବନେଶ୍ୱର, ଫେବୃଆରୀ ୧୩ : ଏକାମ୍ର କ୍ଷେତ୍ରର ଦୁଇଟି ମନ୍ଦିର ପାଇଁ ପ୍ରସ୍ତାବିତ ଐତିହ ଅଧିନିୟମ ପ୍ରତ୍ୟାହାର କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମଧ୍ୟରେ ଏକ ରୀତିମତ ଟ୍ୱିଟର ୱାର ଦେଖାଦେଇଛି ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ ଏନଏମଏ ଏହି ବାଇ-ଲ କୁ ତୁରନ୍ତ ପ୍ରତ୍ୟାହାର କରୁ ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗ ସହିତ ଜଡିତ ଥିବାରୁ ଏହା ଏକ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗ ।

ଏଣୁ କେନ୍ଦ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାବି ମାନିନେବା ଉଚିତ୍ ବୋଲି ଟ୍ୱିଟ୍ କରିବା ସହିତ ନିଜ ଦଳର ସାଂସଦ ମାନଙ୍କୁ ଏହି ପ୍ରସଙ୍ଗକୁ ପୁଣି ଥରେ କେନ୍ଦ୍ର ସଂସ୍ଖୃତି ମନ୍ତ୍ରୀଙ୍କ ନଜର କୁ ଆଣନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ର ଜବାବ୍ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଐତିହ ସୁରକ୍ଷା ଏବଂ ଏକାମ୍ରକ୍ଷେତ୍ରର ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡ଼ିଶା ସରକାରଙ୍କ ଚିନ୍ତା ସ୍ୱାଗତ ଯୋଗ୍ୟ ଏବଂ ଐତିହ ର ସୁରକ୍ଷା କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ମିଳିତ ଦାୟିତ୍ୱ । 

ଏନଏମଏ ସବୁ ଐତିହର ସୁରକ୍ଷା ଓ ସଂରକ୍ଷଣ ଉପରେ ଦୃଷ୍ଟି ଦେଇ ହିଁ ଏହି ଅଧିନିୟମ ପ୍ରସ୍ତାବିତ କରିଛି । ଏବଂ ହୁଏତ ଏହାକୁ ରାଜ୍ୟ ସରକାରଙ୍କ ବଡ ବଡ ବାବୁ ମାନେ ଠିକ୍ ଭାବରେ ବୁଝି ନାହାନ୍ତି । ସଠିକ୍ ଭାବରେ ରାଜ୍ୟସରକାରଙ୍କ ଅଧିକାରୀ ମାନେ ଐତିହ ସୁରକ୍ଷା ଆଇନ୍ ଓ ଏହି ପ୍ରସ୍ତାବିତ ବାଇ-ଲ ବିଷୟରେ ଅବଗତ ହୋଇ ନାହାନ୍ତି ତେଣୁ ଏଭଳି ସ୍ଥିତି ଉପୁଜୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ର ଜବାବ୍ ଦେଇ ଟ୍ୱିଟ୍ କରିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ରାଜ୍ୟ ସରକାରଙ୍କ ଏହି ଉପନିୟମକୁ ନେଇ କିଛି ବି ଅଭିଯୋଗ ରହିଛି ତେବେ ଲିଖିତ ଭାବରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଅବଗତ କରାନ୍ତୁ ।

By amfnews

Related Post