Fri. Jul 3rd, 2026

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ; ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀ ଡାକିବେ ନିର୍ବାଚନ କମିସନ୍‌

364 Views

ନୂଆଦିଲ୍ଲୀ 10 March,2019: ୨୦୧୯ ଲୋକସଭା ନିର୍ବାଚନ ପାଇଁ ରବିବାର ଦିନ ଭାରତୀର ନିର୍ବାଚନ କମିସନ୍‌ ସମୟ ନିର୍ଘଣ୍ଟ ଘୋଷଣା କରିବେ। ଆଜି ସନ୍ଧ୍ୟା ୫ଟାରେ ବିଜ୍ଞାନ ଭବନ ଠାରେ ଡକା ଯିବାକୁ ଥିବା ସମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇ ପାରେ।

ଏକଧିକ ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ସ୍ୱରୂପ ଦିଲ୍ଲୀ ଠାରେ ଶନିବାର ଦିନ ନିର୍ବାଚନ କମିସନ୍‌ ସମୀକ୍ଷା ବୈଠକ କରାଇଥିଲେ।ସମଗ୍ର ଦେଶରେ ପ୍ରାୟ ୧୦ ଲକ୍ଷ ଭୋଟ୍‌ ବୁଥ୍‌ରେ ୫୪୩ଟି ଆସନ ଲାଗି ନିର୍ବାଚନ କରାଯିବ। ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍‌ ୩ ତାରିଖରେ ଶେଷ ହେଉଛି।୭ ରୁ ୯ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଯିବ ବୋଲି ଆଶା କରାଯାଉଛି।

By amfnews

Related Post