Mon. Sep 28th, 2026

ଗୁଜୁରାଟର ଏହି ଦୁଇ ନେତାଙ୍କ ଗୋଷ୍ଠୀ ମଧ୍ୟରେ ଟଣାଓଟରାକୁ ନେଇ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷୁବ୍ଧ!

433 Views

ନୂଆଦିଲ୍ଲୀ: ଗୁଜୁରାଟରେ ଦଳର ନିର୍ବାଚନ ପ୍ରଚାର ଠିକଭାବେ ହୋଇପାରିନଥିବା ହେତୁ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷୁବ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ଭାରତୀୟ ଜନତା ପାର୍ଟି ଗୁଜୁରାଟରେ ତୃଣମୂଳ ସ୍ତରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ସେଠାରେ କଂଗ୍ରେସ ଏଯାଏଁ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରିପାରି ନାହିଁ। ୨୦୧୯ରେ ଭାରତୀୟ ଜନତା ପାର୍ଟି ‘ନାମୁମ୍‌କିନ୍‌ ଅବ୍‌ ମୁମ୍‌କିନ୍‌’ର ସ୍ଲୋଗାନ୍‌ ଦେଇଛି। ଗୁଜୁରାଟରେ କଂଗ୍ରେସର ନିର୍ବାଚନ ପ୍ରଚାରରେ ବିଳମ୍ବ ହେବା ପଛରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରାକୁ କାରଣ ଦର୍ଶାଯାଉଛି।

ଏ ଦୁଇ ଗୋଷ୍ଠୀର ନେତା ହେଲେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ଓ ଜୟରାମ ରମେଶ। ଏମାନଙ୍କ ମଧ୍ୟରୁ ଜୟରାମ ରମେଶ ହେଉଛନ୍ତି ପାର୍ଟିର କୋର ଗ୍ରୁପର ସଂଯୋଜକ ଓ ଆନନ୍ଦ ଶର୍ମା ନିର୍ବାଚନ କମିଟିର ମୁଖ୍ୟ। ଚର୍ଚ୍ଚା ହେଉଛି ଯେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ନଡାକି କାମ କରୁଥିବା ହେତୁ ବିବାଦ ସୃଷ୍ଟି ହୋଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପା ଅଧ୍ୟକ୍ଷ ଅମିତ ଶାହ ଗୁଜୁରାଟରେ ପାର୍ଟିର ରଣନୀତିକୁ ଅନ୍ତିମ ରୂପ ଦେଇଛନ୍ତି।

By amfnews

Related Post