Wed. Jun 24th, 2026

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏମ୍ସରୁ ହେଲେ ଡିସଚାର୍ଜ

249 Views

ନୂଆଦିଲ୍ଲୀ, ଅଗଷ୍ଟ ୩୧ : ସୋମବାର ଦିନ ଦିଲ୍ଲୀସ୍ଥିତ ଏମ୍ସ (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ)ରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଡିସଚାର୍ଜ କରାଯାଇଛି। ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ବିବୃତ୍ତି ଜାରି କରି ଜଣାଇଛନ୍ତି ଯେ ଗୃହମନ୍ତ୍ରୀ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଥକାପଣ ଏବଂ ମୁଣ୍ଡବିନ୍ଧା ପାଇଁ ତାଙ୍କୁ ଅଗଷ୍ଟ 18 ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ 12 ଦିନ ଚିକିତ୍ସିତ ହୋଇଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ଅଗଷ୍ଟ 2ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଥିବା ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 14 ଅଗଷ୍ଟରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। କରୋନାରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ 18 ଅଗଷ୍ଟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ତିନି ଦିନ ଧରି ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ଦୁର୍ବଳ ହୋଇଯାଇଥିଲେ ।

By amfnews

Related Post