Sun. Oct 4th, 2026

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନିକିଆରେ ବିଶ୍ବରେ ଭାରତ ସର୍ବାଧିକ ସଂକ୍ରମିତ

432 Views

ନୂଆଦିଲ୍ଲୀ, ଅଗଷ୍ଟ ୩୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ରବିବାର ଦିନ ଦେଶରେ କରୋନା ମାମଲା 35 ଲକ୍ଷ ଅତିକ୍ରମ କରିଛି। ଏହା ସହିତ 24 ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ମାମଲା ରେକର୍ଡ ହୋଇଥିବା ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି |

ୱାର୍ଲ୍ଡମିଟର ଅନୁଯାୟୀ, ଗୋଟିଏ ଦିନରେ ଭାରତରେ ପ୍ରାୟ 80 ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଆମେରିକାରେ 24 ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ 78586 କେସ୍ ରେକର୍ଡ କରିଥିଲା।

ଗତ କିଛି ଦିନ ହେବ ଦେଶରେ 76 ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ଦିନ ଦେଶରେ ଏକ ରେକର୍ଡ 78,761 ପଜିଟିଭ ଚିହ୍ନଟ ହୋଇଛନ୍ତି । ପରିସଂଖ୍ୟାନ ଅନୁସାରେ  କରୋନା ପ୍ରଭାବ ଦେଶର କମିବାର ନାଁ ଧରୁନି  । ସେପଟେ ସରକାର ସେପ୍ଟେମ୍ବର ପହିଲାରୁ ଦେଶରେ ଅନଲକ୍ 4 ଘୋଷଣା କରିଛନ୍ତି  ।

By amfnews

Related Post