Wed. Sep 23rd, 2026
343 Views

ରାମପୁର : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ପୁଲିସ୍‌ର ଯାଞ୍ଚରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ଏହାପୂର୍ବରୁ ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ପାସ୍‌ପୋର୍ଟ ହାତେଇ ଥିବାରୁ ଗତକାଲି ଅବଦୁଲ୍ଲାଙ୍କ ନାଁରେ ଆଉ ଏକ ଏଫ୍‌ଆଇଆର ମଧ୍ୟ ରୁଜୁ ହୋଇଥିଲା। ବିଶ୍ୱ ବିଦ୍ୟାଳୟ ନାଁରେ ପ୍ରଥମେ ସ୍ଥାନୀୟ ମଦ୍ରାସା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା। ମଦ୍ରାସାରେ ଥିବା ପୁରାତନ ଯୁଗର କିଛି ବହି ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।

ପୁଲିସ୍‌ ମଙ୍ଗଳବାର ବିଶ୍ୱ ବିଦ୍ୟାଳୟରେ ଯାଞ୍ଚ କରି ୧୦୦ରୁ ଅଧିକ ପୁରାତନ ଯୁଗର ବହି ଠାବ କରିଥିଲା। ଆଜି ଅଧିକ ଯାଞ୍ଚ ପାଇଁ ପୁଲିସ୍‌ ସେଠାରେ ପହଞ୍ଚିଥିବା ବେଳେ ଅବଦୁଲ୍ଲା ଏହାକୁ ବିରୋଧ କରିଥିଲେ। ଫଳର ପୁଲିସ୍‌ ବାଧ୍ୟ ହୋଇ ତାଙ୍କୁ ଗିରଫ କରିଛି।

By amfnews

Related Post