Wed. Jun 10th, 2026

୧୪ ବିଦ୍ରୋହୀ କଂଗ୍ରେସ ବିଧାୟକ ଦଳରୁ ବହିଷ୍କୃତ

214 Views

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଅଯୋଗ୍ୟ ଘୋଷିତ ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। କିଛି ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ବାଚସ୍ପତି ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ବେଳେ ଦଳୀୟ ହୁଇପ ଅବମାନନା କରିଥିବା ଦର୍ଶାଇ ୧୪ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ପୂର୍ବତନ ବାଚସ୍ପତି।
ସୂଚନାଯୋଗ୍ୟ, ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକ ଓ ଜେଡିଏସ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଗୃହରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। ଫଳରେ ମେଣ୍ଟ ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ପାରିନଥିଲେ। ଏବେ ବିଏସ ୟେଦ୍ୟୁରପ୍ପା ନେତ୍ୱତ୍ୱାଧୀନ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇଛି। ତେଣୁ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯାନୁଷ୍ଠାନ ସ୍ୱରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି ଏହି ନିଷ୍ପତ୍ତି ନେଇଛି। ଏ ନେଇ ଦଳର ମହାସଚିବ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି।

By amfnews

Related Post