Tue. Oct 13th, 2026

ଆଖି ବୁଜିଲା ମହାବଳ ବାଘ ‘ଶୁଭ୍ରାଂଶୁ’

295 Views

ଭୁବନେଶ୍ୱର :  ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ୧୫ରେ  ତା’ର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି।

‘ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା। ମାସେ ହେଲା ତା’ର ଚିକିତ୍ସା ଚାଲିଥିଲା। ତେବେ ଶନିବାର ସେ ହଠାତ୍ ପଡ଼ିଯିବା ପରଠୁ ଆଉ ଖାଦ୍ୟ ଗ୍ରହଣ କରୁ ନଥିଲା। ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିଲା। ‘ଶୁଭ୍ରାଂଶୁ’ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଓ ୧୩ଟି ମାଈ ବାଘ ଥିବା ଜଣାପଡ଼ିଛି।

By amfnews

Related Post