Thu. Aug 13th, 2026

ରୋଷେଇ କରୁଥିବା ବେଳେ ପୋଡ଼ି ହୋଇ ଦୀପିକା ଗୁରୁତର

300 Views

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଗାଁରେ ଜଣେ ନାବାଳିକା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଦୀପିକା କୁଲେସିକା। ତାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡ଼ି ଯାଇଛି।

ଗତକାଲି ଦୀପିକା ଘରେ ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ପୋଡ଼ି ହୋଇ ଯାଇଥିଲେ।  ପରିବାର ଲୋକେ ତାଙ୍କୁ ପ୍ରଥମେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ମାତ୍ର  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଷମକଟକସ୍ଥିତ ଖ୍ରୀଷ୍ଟିଆନ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୀପିକା ମୁନିଗୁଡ଼ା କନ୍ୟାଶ୍ରମରେ ନବମ ଶ୍ରେଣୀରେ ପଢ଼ନ୍ତି। ସେ ଗତ ୪ ତାରିଖରେ ଛୁଟିରେ ଘରକୁ ଆସିଥିଲେ।

By amfnews

Related Post