Sat. Sep 12th, 2026

ଆକର୍ଷଣ ସାଜିବ ଏକାମ୍ର ପ୍ଲାଜା, ମାଷ୍ଟରକ୍ୟାଣ୍ଟିନରେ ଲାଗିବ ‘ଆଇ ଲଭ୍ ଭୁବନେଶ୍ବର’

277 Views

ଭୁବ‌େନଶ୍ବର, ନଭେମ୍ବର ୧୭: ପୁରୁଣା ଭୁବନେଶ୍ବରକୁ ଶିଶୁଭବନ ଛକ ପ୍ରବେଶ କରିବା ରାସ୍ତାରେ ନିର୍ମାଣ ହୋଇଛି ଏକାମ୍ର ପ୍ଲାଜା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସ୍ମାର୍ଟ ଜନପଥ ଯୋଜନାରେ ଏହି ଏକାମ୍ର ପ୍ଲାଜା ନିର୍ମାଣ ହୋଇଥିବାବେଳେ ମନ୍ଦିମାଳିନୀ ସହର ଭୁବନେଶ୍ବରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବାକୁ ଯାଉଛି। ମନ୍ଦିରମାଳିନୀ ସହରର ଦୁଇ ପାର୍ଶ୍ବକୁ ଏହି ଏକାମ୍ର ପ୍ଲାଜା ଯୋଡ଼ିବ ବୋଲି କୁହାଯାଉଛି।

ଖୁବ୍ ଶୀଘ୍ର ଏହି ଏକାମ୍ର ପ୍ଲାଜା ଉଦ୍‌ଘାଟନ ହେବାକୁ ଯାଉଛି। ୫.୮ କିମି ଲମ୍ବ ସ୍ମାର୍ଟ ଜନପଥର ଆରମ୍ଭ ଏହି ଏକାମ୍ର ପ୍ଲାଜାରୁ ହେବ। ଏଠାରେ ଲୋକ ବସିବା ସହ କିଛି ସମୟ ବିତାଇ ପାରିବେ। ପୂରା ଏକାମ୍ର ପ୍ଲାଜାକୁ ସୁନ୍ଦର ଆଲୋକରେ ସଜାଇବା ସହ ପିଲାଙ୍କ ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ଏଠାରେ ବିଭିନ୍ନ ରଙ୍ଗବେରଙ୍ଗର ଗଛ ଓ ଫୁଲ ଗଛ ଲଗାଇବାକୁ ଯୋଜନା ହୋଇଛି।

ଏଠାରେ ସ୍ବତନ୍ତ୍ର ୟୁଟିଲିଟି କରିଡର, ବସ୍‌ ଷ୍ଟାଣ୍ଡ, ବାଇସାଇକେଲ୍‌ ଟ୍ରାକ୍, ଫୁଟପାଥ୍, ପବ୍ଲିକ ଟଏଲେଟ୍ ନିର୍ମାଣ କରାଯାଇଛି। ଏହି ଅଞ୍ଚଳକୁ ଜୀବନ୍ତ କରିବା ପାଇଁ କାନ୍ଥରେ ମନ୍ଦିରମାଳିନୀ ସହରକୁ ଚିତ୍ର ମାଧ୍ୟରେ ଉପସ୍ଥାପନ କରାଯିବ। ସେହିପରି ସ୍ମାର୍ଟ ଜନପଥକୁ ଅଧିକ ଆକଷର୍ଣୀୟ କରିବା ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ‘ଆଇ ଲଭ୍ ଭୁବନେଶ୍ବର’ ଲାଗିବ। ଯୁବପିଢ଼ିଙ୍କୁ ଭୁବନେଶ୍ବର ସହ ସଂଯୋଗ କରିବା

ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଏହା କରାଯାଉଛି। ଭୁବନେଶ୍ବରକୁ ନୂଆକରି ଗଢ଼ି ତୋଳିବା ଏବଂ ଶ୍ରେଷ୍ଠ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ କର୍ତ୍ତୃପକ୍ଷ ଏହିଭଳି ଯୋଜନା କରିଛନ୍ତି।

By amfnews

Related Post