Sun. Oct 4th, 2026

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍

263 Views

ବ୍ରହ୍ମପୁର , ନଭେମ୍ବର ୧୭: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକାରେ ଜ‌େଣ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପୋକ୍‌ସୋ ମାମଲା ପରିଚାଳନା ଦାୟିତ୍ବରେ ଥିବା ବ୍ରହ୍ମପୁର ଏଡିଜେ-୨ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମାନ୍ୟବର କୋର୍ଟ ଦୁଷ୍କର୍ମକାରୀ ଅଭିଯୁକ୍ତ ସନ୍ତୋଷ ପ୍ରଧାନକୁ ଆଜବୀନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଦେବାକୁ ଚୂଡ଼ାନ୍ତ ରାୟରେ ନିର୍ଦେଶ ଦେଇଛନ୍ତି।

ଗତ ୨୦୧୬ ଫେବ୍ରୁଆରି ୧୪ ତାରିଖ ସ˚ଧୢାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ସନ୍ତୋଷ ୬ବର୍ଷର ନାବାଳିକାଙ୍କୁ ଟେକି ନେଇଥିଲା। ସନ୍ତୋଷ ସମ୍ପୃକ୍ତ ନାବାଳିକାଙ୍କ ସହିତ ଦୁଷ୍କର୍ମ କରି ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ଧମକ୍‌ ଦେଇଥିଲା। ପରେ ନାବାଳିକାଙ୍କ ପରିବାରବର୍ଗ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ଗାଙ୍ଗପୁର ପୁଲିସ କେସ୍‌ ନମ୍ବର ୨୦/୧୬ରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ତଦନ୍ତ ଅଧିକାରୀ ଏସ୍‌.କେ ପ୍ରଧାନ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବେଳେ ୧୬ଜଣ ସାକ୍ଷୀଙ୍କ ବୟାନ ଆଧାରରେ ପୋକ୍‌ସୋ କୋର୍ଟ ପ୍ରମାଣ ଥିବା ଯୋଗୁଁ ଅଭିଯୁକ୍ତ ସନ୍ତୋଷକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ତା ମକଦ୍ଦମା ପରିଚାଳନା କରିଥିଲେ।

By amfnews

Related Post