Sun. Oct 4th, 2026
275 Views

ଭୁବନେଶ୍ବର : ଆଜି କ୍ରାଇମ ବ୍ରାଞ୍ଚର ଏଟିଏଫ ଆଉ ଜଣେ ଖଣି ମାଫିଆକୁ ଗିରଫ କରିଛି। ତା ନାଁ କାଳୁ ଓରଫ ପ୍ରଦୀପ ବେହେରା। ଘର ଖୋର୍ଧା ସଦର ଥାନା ଅଧୀନ କଳିକାସାହିରେ। ଆଜି ଏସଟିଏଫ ଖୋର୍ଧା କୋର୍ଟକୁ ଚାଲାଣ କରିଛି। ଏସଟିଏଫ ଏସ୍‌ପି ରାହୁଲ ପିଆରଙ୍କଠାରୁ ମିଳିଥିବା ସୂଚନା ମୁତାବକ, କାଳୁ ଦୀର୍ଘ ଦିନ ଧରି ଖୋର୍ଧା ଅଞ୍ଚଳରେ ବେଆଇନ ଭାବେ ଖଣି ଓ ମୋରମ ଉତ୍ତୋଳନ କରୁଥିଲା। ଏହାଛଡ଼ା ତା’ ନାଁରେ ଖୋର୍ଧାରେ ଏକାଧିକ ଆପରାଧିକ ମାମଲା ଥିବା ଜଣାପଡ଼ିଛି। ପ୍ରକାଶଥାଉକି, ଏହାକୁ ମିଶାଇ ଏସ୍‌ଟିଏଫ ପାଖାପାଖି ୨୨ଜଣ ଖଣି ବେପାରୀଙ୍କୁ ଗିରଫ କରି ସାରିଲାଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି ଏସପି ସୂଚନା ଦେଇଛନ୍ତି।

By amfnews

Related Post