Sun. Oct 4th, 2026

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ , ମହିଳା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ଉ

190 Views

କର୍ଲାମୁଣ୍ଡା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ଚଢ଼ଉ କରି ଯାଞ୍ଚ ଆରମ୍ଭ କରିଛି। ଆଜି ସକାଳୁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବାସଭବନ ଟକାରୁମାଲ, ପୈତୃକ ଘର କୁଶୁର୍ଲା ଏବଂ ଟକାରୁମାଲ ସ୍କୁଲ ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ଦୋକାନ ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଡିଏସ୍‌ପି ଶ୍ରୀ ମହାନନ୍ଦଙ୍କ କହିବା ଅନୁସାରେ, ରିଞ୍ଜା ସରପଞ୍ଚଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ସରପଞ୍ଚ ଭୋଜବନ୍ତୀ ସାହୁଙ୍କୁ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ବ୍ୟକ୍ତିଙ୍କ ଏହା ଷଡ଼୍‌ଯନ୍ତ୍ର ବୋଲି କହିଛନ୍ତି।

By amfnews

Related Post