Sat. Apr 25th, 2026

ଅଲଇଣ୍ଡିଆ ଲୟର୍ସ ୟୁନିୟନ ଜିଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ଆଇନ୍ଜୀବୀ ରାଜକିଶୋର ପ୍ରଧାନ ଜିଲା ଆବାହକ ନିର୍ବାଚିତ

197 Views

ରାଉରକେଲା, ୨୧ା୯ : ଅଲଇଣ୍ଡିଆ ଲୟର୍ସ ୟୁନିୟନ (ଏଆଇଏଲ୍ୟୁ) ସୁନ୍ଦରଗଡ ଜିଲା ସାଙ୍ଗଠନିକ କମିଟିର ସାଧାରଣ ପରିଷଦ ବୈଠକ ଉଦିତନଗର ଠାରେ ବରିଷ୍ଠ ଆଇନ୍ଜୀବୀ ଏମ୍. ମାଲେଶ୍ୱରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୟର୍ସ ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ ଆଇନ୍ଜୀବୀ ଦୀପକ ମହାପାତ୍ର ଯୋଗ ଦେଇ ଆଇନ୍ଜୀବୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ସମସ୍ୟା ସମେତ ନୂତନ ଆଇନ୍ଜୀବୀମାନଙ୍କୁ ବୃତ୍ତିଗତ ପ୍ରୋତ୍ସାହନ ସରକାର ଯୋଗାଇ ଦେବା ସହ ଏକ ଉତ୍ତରଦାୟୀ ଓ ସ୍ୱାଧୀନ ବିଚାର ବ୍ୟବସ୍ଥା ପାଇଁ ଅଲ୍ଇଣ୍ଡିଆ ଲୟର୍ସ ୟୁନିୟନକୁ ସୁନ୍ଦରଗଡ ଜିଲାରେ ସମୃଦ୍ଧ କରିବାକୁ ଆହ୍ୱାନ କରିଥିଲେ ।

ଏଥିସହ ଆଇନ୍ ପେଷାରେ ସାମିଲ୍ ହେଉଥିବା ନୂତନ ପିଢୀକୁ ଆଇନ୍ଗତ ଭାବେ ଶିକ୍ଷତ କରିବାକୁ ସଙ୍ଗଠନ ଆଗାମୀ ଦିନରେ କାର୍ଯ୍ୟକ୍ରମ ଗ୍ରହଣ କରିବା ସହ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର, କନ୍ଭେନସନମାନ ସଙ୍ଗଠିତ କରିବା ସହ ରାଉରକେଲା ସମେତ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଆଇନ୍ଜୀବୀମାନଙ୍କୁ ସଙ୍ଗଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଦିନରେ ସେପ୍ଟେମ୍ବର ୨୯ ତାରିଖ ଦିନ ନୂଆଦିଲ୍ଲୀର କଣ୍ଟ୍ରିବ୍ୟୁସନ କ୍ଲବ୍ ଠାରେ ଅଲ୍ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଏକ ସର୍ବଭାରତୀୟ ସ୍ତରର ଏକ ଉତ୍ତରଦାୟୀ ସ୍ୱାଧୀନ ବିଚାର ବ୍ୟବସ୍ଥା ଶୀର୍ଷକ କନ୍ଭେନସନ ଅନୁଷ୍ଠିତ ହେବ ।

ଏଥିରେ ଜିଲାର ଆଇନ୍ଜୀବୀମାନେ ସାମିଲ୍ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସାଧାରଣ ପରିଷଦ ବୈଠକରେ ରାଉରକେଲା ଓକିଲ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଆଇନ୍ଜୀବୀ ରାଜକିଶୋର ପ୍ରଧାନଙ୍କୁ ସର୍ବସମ୍ମତିକ୍ରମେ ଅଲ୍ଇଣ୍ଡିଆ ଲୟର୍ସ ୟୁନିୟନ ସୁନ୍ଦରଗଡ ଜିଲା ସାଙ୍ଗଠନିକ କମିଟିର ଆବାହକ ଭାବେ ନିର୍ବାଚିତ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନ୍ଜୀବୀ ଅରିନ୍ଦମ ଦତ୍ତ, ଅଶେଷ କୁମାର ମଣ୍ଡଳ, ଚନ୍ଦ୍ରଭାନୁ ଦାଶ, ସୁଶାନ୍ତ କୁମାର ନାୟକ, ନିହାର ରଞ୍ଜନ ସିଂହ, ସନ୍ତୋଷ କୁମାର ବିଶ୍ୱାଳ, ରଶ୍ମିରଞ୍ଜନ ପଣ୍ଡା, ଅନ୍ନପୂର୍ଣ୍ଣା କୁମ୍ଭାର, ଜୟନ୍ତ କୁମାର ଦାସ, ମୋହନ ଜେନା, ସନ୍ତୋଷ ଦାଶ, ଶ୍ରୀକାନ୍ତ ସାହୁ, ଜେ. ବେଦବ୍ୟାସ ପାତ୍ର, ଭରତ ସାହୁ, ପ୍ରଦୀପ ପଶାୟତ, ସୌମ୍ୟରଞ୍ଜନ ବିଶ୍ୱାଳ, ଆଶିଷ ରାଉତରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post