Wed. May 27th, 2026

ଶତାଧିକ ଯୁବକ ମିଶିଲେ ବିଜେପିରେ

191 Views

ରାଉରକେଲା, ୨୧ା୯  : ୧୯ ତାରିଖ ସନ୍ଧ୍ୟାରେ ଦେଓଗାଁ, ବାସନ୍ତୀ କଲୋନୀ ଓ ଝିରିପାଣି ଅଞ୍ଚଳର ଶତାଧିକ ଯୁବକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି କର୍ମକର୍ତ୍ତା ଗୌରବ ବଂଶଲ ଓ ଗୁଲସନ ଶର୍ମାଙ୍କ ନେତୃତ୍ୱରେ ଯୋଗ ଦେଇଥିବା ଏହି ଯୁବକମାନଙ୍କୁ ସଭାପତି ଶ୍ରୀ ବେହେରା ସ୍ୱାଗତ କରିବା ସହ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ୍ କରାଇଥିଲେ ।

ଏହି ଅବସରରେ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ପୂର୍ବତନ ନଗରପାଳ ନିହାର ରାୟ, ଜିଲା ଉପସଭାପତି ତପନ ସ୍ୱାଇଁ, ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ମଣ୍ଡଳ ସଭାପତି ପରେଶ ମିଶ୍ର, ନିକୁଞ୍ଜ ରାୟ, ଦିଲ୍ଲୀ ମିଡିଆ ସେଲ୍ର ସସ୍ମିତା ବେହେରା, ବିନ୍ଦର ସିଂ, ଏସ୍ସି ମୋର୍ଚ୍ଚା ସଭାପତି ଭ୍ରମରବର ବେହେରା, ଏସ୍ଟି ମୋର୍ଚ୍ଚା ସଭାପତି ବାବୁଲି ମୁର୍ମୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିବା ସହ ନବାଗତମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଆଜି ମୋଦିଜୀଙ୍କ ବିକାଶ ଧାରାରେ ଆକର୍ଷିତ ହୋଇ ଦଳ ଦଳ ହୋଇ ଯୁବ ସମାଜ ବିଜେପିରେ ଯୋଗଦାନ କରିବା ଦ୍ୱାରା ଦଳ ଅଧିକରୁ ଅଧିକ ମଜବୁତ ହେବାରେ ଲାଗିଛି । ଓଡିଶାର ଏକମାତ୍ର ବିଜେପି ସାଂସଦ ଜୁଏଲ ଓରାମଙ୍କ ମାର୍ଗଦର୍ଶନ ସୁନ୍ଦରଗଡ ଜିଲାରେ ବିଜେପିର ସ୍ଥିତିରେ ବହୁ ଉନ୍ନତି ଆଣିପାରିଛି ବୋଲି ବରିଷ୍ଠ ନେତା ନିହାର ରାୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର ସାହା, ଅଭିଷେକ ପାଣିଗ୍ରାହୀ, ଏ. ବେହେରା, ସୁଦୀପ ପଣ୍ଡା, ସୁମିତ ହରିଚନ୍ଦନ, ଅୟଶକାନ୍ତ ରାଉତ ଓ ନିତିନ ବିଲୁଙ୍ଗଙ୍କ ସହଯୋଗରେ ଏହି ଯୁବକମାନେ ଦଳରେ ଯୋଗଦାନ କରିଛନ୍ତି ।

By amfnews

Related Post