Tue. Jul 28th, 2026

ଅକ୍ଷୟଙ୍କ ପୂଣ୍ୟତିଥିରେ ଅକ୍ଷୟ ଫ୍ୟାନ୍ସ କ୍ଲବ୍ ପକ୍ଷରୁ ସାମୂହିକ ଦୀପଦାନ ଓ ଆଲୋଚନାଚକ୍ର

????????????????????????????????????
240 Views

ରାଉରକେଲା, ୧୯ା୧୧ : ଅକ୍ଷୟ ଫ୍ୟାନ୍ସ କ୍ଲବ୍ ଓଡିଶା ପକ୍ଷରୁ କିମ୍ବଦନ୍ତୀ କଥାକାର, ଗାଳ୍ପିକ, ଔପନ୍ୟାସିକ, କବି ତଥା ଓଡିଆ ସଙ୍ଗୀତ ଜଗତର ବେତାଜ୍ ବାଦ୍ଶାହା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୂଣ୍ୟତିଥି ଅବସରରେ ସାମୂହିକ ଦୀପଦାନ ଓ ସ୍ମୃତିଚାରଣ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସେକ୍ଟର-୧୯ ସ୍ଥିତ ଟ୍ରାଫିକ୍ ପାର୍କ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜସେବୀ ତଥା ଶିଳ୍ପୋଦ୍ୟୋଗୀ ସୁବାଷ ମହାପାତ୍ର ଏହାକୁ ଉଦ୍ଘାଟନ କରିଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିରଞ୍ôଚ ନାରାୟଣ ପଟ୍ଟନାୟକ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଆଲୋକ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ସଙ୍ଗୀତ କେବଳ ଓଡିଶା ସମେତ ସୀମାସରହଦ୍ରେ ନୁହେଁ, ବିଶ୍ୱ ସଙ୍ଗୀତ ଜଗତର ଅନନ୍ୟ କୃତି ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଅକ୍ଷୟଙ୍କ ସମସ୍ତ ସୃଷ୍ଟି ଓଡିଆ ସାରସ୍ୱତ ଜଗତର ଦିଗବାରେଣୀ ବୋଲି ଅଭିହିତ କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ପଟ୍ଟନାୟକ ଅକ୍ଷୟଙ୍କ ବହୁ କାଳଜୟୀ ସଙ୍ଗୀତର ଉଦାହରଣ ଦେବା ସହ ଏହା ସବୁ ପିଢୀର ଶ୍ରୋତାମାନଙ୍କୁ ବାନ୍ଧିରଖିବାରେ ସକ୍ଷମ ହୋଇଥିଲା ବୋଲି ପ୍ରକାଶ କରିଥିଲେ ।

ଯୁଗ୍ମ ସମ୍ପାଦକ ବିଟୁ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଜୟ କୁମାର ରଥ, ଶୁଭ୍ରାଂସୁ ପରିଡା, ତୃପ୍ତିରଞ୍ଜନ ରାଉତ, ଇପ୍ସୀତା ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ଅଚ୍ୟୁତାନନ୍ଦ ପଟ୍ଟନାୟକ, ହରିହର ପାତ୍ର, ପ୍ରଶାନ୍ତ କୁମାର ନାୟକ, ପରିଶେଷ କୁଅଁର, ଅଶୋକ ସାହାଣୀ, ଲୋକେଶ ପୁହାଣ, ନମିତା ଜେନା, ଚିତ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ମୃତିରଞ୍ଜନ ରାଉତ ଧନ୍ୟବାଦ ଦେଇଥିଲେ ।

By amfnews

Related Post