Tue. Jul 28th, 2026

ଗୁରୁନାନକ ପ୍ରକାଶ ଉତ୍ସବରେ ବିଜେପିର ଯୋଗଦାନ

241 Views

ରାଉରକେଲା, ୧୯ା୧୧  : ରାଉରକେଲାରେ ଶିଖ୍ ସମ୍ପ୍ରଦାୟ ତରଫରୁ ଗୁରୁନାକଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ବିଧାୟକ ଦିଲୀପ ରାୟଙ୍କୁ ଶୁଭେଚ୍ଛା ବାର୍ତ୍ତା ଗୁରୁଦ୍ୱାର ପ୍ରବନ୍ଧକ କମିଟିକୁ ଜଣାଇ ଦିଆଯିବା ସହ ଷ୍ଟେସନ ଗୁରୁଦ୍ୱାର ଠାରୁ ବାହାରି ରିଙ୍ଗରୋଡ ଦେଇ ଉଦିତନଗର ଠାରୁ ମୁଖ୍ୟରାସ୍ତା ଦେଇ ଶୋଭାଯାତ୍ରା ଆସିଥିବା ବେଳେ ବିଧାୟକଙ୍କ ପ୍ରତିନିଧି ହରିହର ରାଉତରାୟ, ରମେଶ ବଳ, ଇରଶାଦ ଖାଁ, ବ୍ୟାସଦେବ ନାଥ, ରଂଜିତ ନାୟକ, ଆଇନ୍ଜୀବୀ ନରେଶ ଅଗ୍ରୱାଲ, ବାବଲୁ ଚୌରସିଆ, ଜିତୁ ପାତ୍ର, ବିଟୁ ଚୌରାସିଆ, ପ୍ରୀତମ ସିଂ, ପି. ବାନାର୍ଜୀ, ବିକ୍ରମ ଜୟସ୍ୱାଲ, ପ୍ରଦୀପ ସିଂ, ରାଜା ସିଂ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଟି ଲେନ ଠାରେ ପ୍ରତିନିଧି ମଣ୍ଡଳୀ ତରଫରୁ ବିସ୍କୁଟ୍, ଫଳ ଓ ଫୁଲ ବର୍ଷଣ କରାଯାଇ ସମସ୍ତ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ସମ୍ପନ୍ନ ହୋଇଥିବାରୁ ବିଧାୟକ ଶ୍ରୀ ରାୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

By amfnews

Related Post