Wed. Sep 23rd, 2026

ଅକାରଣେ ଚାଲିଗଲା ଗୋଟେ ପରିବାରର ତିନି ଜୀବନ

237 Views

ସୁବର୍ଣ୍ଣପୁର : ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ।  ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩ ଜଣଙ୍କ ଶବ। ଏହା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଆଖିରୁ ଶୁଖିଯାଇଛି ଲୁହ।

ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଗୋଟିଏ ଦିନରେ ଓ ଗୋଟିଏ ଘରୁ ୩ ଜଣଙ୍କ ସଦସ୍ୟଙ୍କ ଶବ ଉଠିଛି। ଯାହା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗତ ବୁଧବାର ଦିନ ଗାଁର ୭୫ ବର୍ଷୀୟ ଦଶରଥ ବଘାରଙ୍କ ପ୍ରଥମେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ଓ ଗାଁ ଲୋକେ ଦଶରଥଙ୍କ ଶବ ସତ୍କାର କରିବାକୁ ଯାଇଥିଲେ। ସେଠାରୁ କ୍ରିୟାକର୍ମ ସାରି ଫେରିଲା ବେଳକୁ ତାଙ୍କ ସାନ ଭାଇ ସୁରୁ ବଘାରଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସୁରୁଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ମୃତ ଦଶରଥଙ୍କ ପତ୍ନୀ ଦୃପଦୀ ବଘାର ମଧ୍ୟ ଆଖି ବୁଜିଥିଲେ। ଏହି ଘଟଣା ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଚହଳ ପକାଇଛି।

By amfnews

Related Post