Wed. Oct 14th, 2026

ଧୋନୀଙ୍କୁ ନେଇ ଗାଭାସ୍କର, ଶାସ୍ତ୍ରୀ, କପିଲ୍‌ ଓ ବିରାଟ ଦେଇଛନ୍ତି ଏପରି ମନ୍ତବ୍ୟ

249 Views

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଦଳର ଜଣେ ଉଦୀୟମାନ ଖେଳାଳି। ସେ ଏକ ସମୟରେ ଭାରତୀୟ ଟିମ୍‌କୁ ଆଗକୁ ବଢ଼ାଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ କ୍ୟାପ୍‌ଟେନ୍‌ କୁଲ୍‌ ବୋଲି କୁହାଯାଏ। କାହିଁକି ନା, ସେ ଥଣ୍ଡା ମିଜାଜ୍‌ରେ ରହି ଉତ୍ତମ ପ୍ରଦର୍ଶନ କରିବାରେ ବିଶ୍ୱାସ ରଖନ୍ତି। ତେବେ ଚାଲନ୍ତୁ ଜାଣିବା କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ସଂପର୍କିତ କିଛି କଥା ଯାହା ତାଙ୍କ ପାଇଁ ଅନ୍ୟମାନେ କହିଛନ୍ତି।

ଯଦି ଗୋଟିଏ ଓଭର୍‌ରେ ଧୋନୀଙ୍କୁ ୧୫ ରନ୍‌ କରିବାର ଅଛି ତେବେ ଚାପଟା ବୋଲର୍‌ ପାଇଁ ଧୋନୀଙ୍କ ପାଇଁ ନୁହେଁ: ଇୟାନ୍‌ ବିଶୋପ୍‌ ବିଶ୍ୱ କି୍ରିକେଟ୍‌ର ସବୁଠାରୁ ଥଣ୍ଡା ମିଜାଜ୍‌ର ଖେଳାଳି ଧୋନୀ ଆବଶ୍ୟକ ଦେଖି ପ୍ରଦର୍ଶନ କରନ୍ତି: ମାଇକେଲ୍‌ ଭୋଗନ ମୁଁ ମଲା ବେଳେ ୨୦୧୧ ମସିହାରେ ଧୋନୀ ମାରିଥିବା ଛଅକୁ ଶେଷ ଥର ପାଇଁ ଦେଖିବାକୁ ଚାହିଁବି: ସୁନୀଲ ଗାଭାସ୍କର

ଧୋନୀ ମୋ ନାୟକ। ଆମେ ସବୁବେଳେ ସଚିନ ତେନ୍ଦୁଲ୍‌କର ଓ ବିରେନ୍ଦ୍ର ସେହ୍ଵାଗଙ୍କ ବିଷୟରେ କଥା ହେଉ। ମାତ୍ର ଧୋନୀଙ୍କ ପାଖରେ ମଧ୍ୟ ସେତିକି ଦକ୍ଷତା ରହିଛି: କପିଲ୍‌ ଦେବ ସୁନୀଲ ଗାଭାସ୍କାର, କପିଲ୍‌ ଦେବ, ସଚିନ ତେନ୍ଦୁଲକରଙ୍କ ତୁଳନା କରିବା ବେଳେ ଧୋନୀ ବି ସେହି ତାଲିକାରେ ଯିବେ: ରବି ଶାସ୍ତ୍ରୀ ତୁମେ ମୋ ଅଧିନାୟକ ସବୁଦିନ ପାଇଁ: ବିରାଟ କୋହଲି

By amfnews

Related Post