Fri. Oct 9th, 2026

Beyond Facts

ବେଙ୍ଗଲୁରୁ: କର୍ଣ୍ଣାଟକର ରାଜ୍ୟପାଳ ବିରାଡ଼ିମାନଙ୍କ ଉତ୍ପାତକୁ ନେଇ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି। ଏପରିକି ରାଜଭବନରେ କାର୍ଯ୍ୟରତ କର୍ମଚାରୀମାନେ ବି ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି। କୁହାଯାଉଛି ଯେ ଏବେ କର୍ଣ୍ଣାଟକ ରାଜଭବନରେ ପ୍ରାୟ ୩୦ଟି ବିରାଡ଼ି ଅଛନ୍ତି। ଏମାନଙ୍କୁ ରାଜଭବନରୁ ବିଦା କରିବା ଲାଗି କର୍ମଚାରୀମାନେ ଯେତେ ଚେଷ୍ଟା କଲେ ବି ବିଫଳ ହେବା ପରେ ଅବଶେଷରେ ବେଙ୍ଗଲୁରୁ ନଗର ନିଗମର ସହାୟତା ଲୋଡିଲେ କର୍ଣ୍ଣାଟକର ରାଜ୍ୟପାଳ । ଏହାପରେ ବେଙ୍ଗଲୁରୁ ନଗର ନିଗମ ଏକ ବେସରକାରୀ ସଂସ୍ଥାକୁ ବିରାଡିମାନଙ୍କୁ ଧରିବାର ଠିକା ଦେଇଥିବା ଜଣାଯାଇଛି। ଏଥିପାଇଁ ୧ ଲକ୍ଷ ଟଙ୍କାକୁ ସଂସ୍ଥାକୁ ଦିଆଯିବ। ମହାନଗର ପାଳିକାର କମିସନର୍‌ ଏ ମଂଜୁନାଥ ପ୍ରସାଦ କହିଛନ୍ତି ଯେ ଯଦି ବିରାଡିମାନଙ୍କୁ ଧରିବା ଲାଗି ଅଧିକ ଟଙ୍କା ଲାଗିବ,ତେବେ ଟେଣ୍ଡର ବାତିଲ କରାଯାଇ ନୂଆ ଠିକା ବ୍ୟବସ୍ଥା କରାଯିବ।ମିଳିଥିବା ସୂଚନା ଅନୁଯାୟୀ ଏହି କାମଲାଗି ସଂସ୍ଥା ପ୍ରାୟ ଏକ ମାସ ସମୟ ନେବ। କେବେ ବିରାଡ଼ିମାନଙ୍କୁ ଧରାଯାଉଛି ଏବଂ କର୍ଣ୍ଣାଟକର ରାଜ୍ୟପାଳଙ୍କ ମୁଣ୍ଡବଥା କମୁଛି , ତାହା ଦେଖିବାକୁ ବାକି ରହିଲା।

439 Viewsଯଦି କେହି କାଲି ଆପଣଙ୍କୁ ଓଜନ କମ୍‌ କରିବାକୁ କହେ,ତେବେ ଆପଣଙ୍କୁ ଦୌଡିବାକୁ ,ଜଗିଂ କରିବାକୁ,ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ ପରାମର୍ଶ…

ଜମ୍ମୁ ଓ କଶ୍ମୀର: ବଡ଼ଗାମ୍‌ ଠାରେ ଯବାନ ଅପହରଣ ଖବର ଭୁଲ୍‌; ସେ ନିରାପଦରେ ଅଛନ୍ତି: ପ୍ରତିରକ୍ଷା ମନ୍ତ୍ରାଳୟ

355 Viewsନୂଆଦିଲ୍ଲୀ: ବଡ୍‌ଗାମ୍‌ ଠାରେ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟିକରଣ…

ଭୁବନେଶ୍ୱର: ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ । ଆଜି ବି ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସାମାଜିକ ବିଜ୍ଞାନ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗିରରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । ବଲାଙ୍ଗିରର ଦେଓଗାଁରେ ଅ।ଜି ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । ପରୀକ୍ଷା ନ ସରୁଣୁ ମୋବାଇଲରୁ ମୋବାଇଲକୁ ପ୍ରଶ୍ନପତ୍ର ଘୁରି ବୁଲିଥିବାର ଅଭିଯୋଗ ହୋଇଛି। କିନ୍ତୁ ଏକଥାକୁ ସ୍ପଷ୍ଟଭାବେ ସ୍ୱୀକାର କରୁନାହାନ୍ତି କି ଖଣ୍ଡନ କରୁ ନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ସେ କହିଛନ୍ତି ଯେ ପରୀକ୍ଷା ପ୍ରଶ୍ନପତ୍ର ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ ମିଳାଇଲା ପରେ ପ୍ରକୃତ କଥା ଜଣାପଡ଼ିବ । ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ଗଣିତ ପ୍ରଶ୍ନପତ୍ର ବି ଭାଇରାଲ୍ ହୋଇଥିଲା। ଏହା ଉପରେ ବୋର୍ଡପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥର ମାଟ୍ରିକ୍‌ ପରୀକ୍ଷାରେ ଯେଉଁଭଳି ପ୍ରଶ୍ନପତ୍ର ଭାଇରାଲ ହେଲା ଆଗରୁ ସେଭଳି ହୋଇ ନ ଥିଲା ।

442 Viewsଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ମୁମ୍ବାଇ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ ବି ସାହସିକତାର ପରିଚୟ ଦେଲେ, ତାଙ୍କର ସାହସିକତାର ପ୍ରଶଂସା ସାରା ଦୁନିଆରେ ହୋଇଛି। ସରକାର ପାକିସ୍ତାନ ଉପରେ ଚାପ ସୃଷ୍ଟି କରି କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ପଠାଇବାକୁ ବାଧ୍ୟ କରିଦେଲା। ସେଇଠି ସାରା ଦେଶ ଓ ବଲିଉଡରେ ଭବ୍ୟ ଉପାୟରେ ଅଭିନନ୍ଦନର ସାହସିକତାକୁ ସଲାମ କରିଛନ୍ତି। ଅଭିନନ୍ଦନଙ୍କ ସାହସିକତା ଓ ବୀରତାକୁ ପ୍ରଶଂସା କରିବାରେ ବଲିଉଡ୍‌ ମଧ୍ୟ ଆଗରେ ଥିଲା। ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ୍‌, ସଲମାନ ଖାନ୍‌, ଅକ୍ଷୟ କୁମାର, ଅଜୟ ଦେବଗନ୍‌, ଅନୁପମ୍‌ ଖେର ସମେତ ବଲିଉଡର ଷ୍ଟାର ମାନେ ସୋସିଆଲ ମିଡିଆରେ ଭାରତର ଏହି ବୀରଙ୍କ ପ୍ରଶଂସା କରୁଛନ୍ତି। ଅଭିନନ୍ଦନଙ୍କ କାହାଣୀ ନା କେବଳ ହିରୋଇକ୍‌ ଥିଲା ବରଂ ଏଥିରେ ଦେଶର ଲୋକଙ୍କ ଭାବନା ଯଡିତ। ସେଥିପାଇଁ ବଲିଉଡର ଫିଲ୍ମ ର୍ନିମାତାଙ୍କର ଏହାକୁ ଫିଲ୍ମର ରୂପ ଦେବା ପାଇଁ ଧାଡ଼ି ଲାଗିଗଲା। କେବଳ ଫିଲ୍ମ ମେକର୍ସ ହିଁ ନୁହଁନ୍ତି ବଲିଉଡର ଅନେକ ଅଭିନେତାଙ୍କ ମଧ୍ୟରେ ବି ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଧାଡ଼ି ଲାଗିଛି। ନିକଟରେ ଅଭିନେତା ଜନ୍‌ ଆବ୍ରାହମ୍‌ ମଧ୍ୟ ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଇଚ୍ଛା ଜାହିର କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଏହି ଅଫର ମିଳିଲେ ଏହା ସୌଭାଗ୍ୟର କଥା ହେବ। ସେଭଳି ଅକ୍ଷୟ କୁମାର ମଧ୍ୟ ‘କେଶରୀ’ର ପ୍ରମୋସନରେ କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ଅଫର ଆସିନି, ଆସିଲେ ସେ ନିଶ୍ଚିତ କରିବେ।

517 Viewsବାରିପଦା :ମୟୂରଭଞ୍ଜ ଜିଲ୍ଲାର ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍ ଜଳି ଯାଇଥିବା ଜଣାଯାଇଛି।। ଏହି ବସ୍ ସଂପୂର୍ଣ୍ଣଭାବେ ଜଳିଯାଇଛି।…

ଅଭିନନ୍ଦନଙ୍କ ଭୂମିକାରେ ଆସିବାକୁ ଅକ୍ଷୟ କୁମାର ଓ ଜନ୍‌ ଇବ୍ରାହିମ୍‌ ଉଭୟ ଆଗ୍ରହୀ, ଦେଖାଯାଉ କାହାକୁ ମିଳୁଛି ଅଫର୍‌

423 Viewsମୁମ୍ବାଇ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ…