Tue. Oct 13th, 2026

ଜଲଶକ୍ତି ଅଭିଯାନର ଆଜି ଶୁଭାରମ୍ଭ

253 Views

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ଜଲଶକ୍ତି ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍। ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକରେ ପାଣିର ଘୋର ଅଭାବ ଦେଖାଦେଇଛି। ଏହାକୁ ନଜରରେ ରଖି ଜଲଶକ୍ତି ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରେଡିଓରେ ପ୍ରସାରିତ ହେଉଥିବା ‘ମନ୍ କୀ ବାତ୍’ରେ ଜଲଶକ୍ତି ଅଭିଯାନ ଜରିଆରେ ଜଳ ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ପାଣି ସଂରକ୍ଷଣ ପାଇଁ ଅଭିଯାନକୁ ସଫଳ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ମୋଦି। ଦ୍ୱିତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିବା ପରେ ଜଲଶକ୍ତି ମନ୍ତ୍ରଣାଳୟ କରିଛନ୍ତି। ପାଣି ସଂକ୍ରାନ୍ତ ସମସ୍ତ ବିବାଦର ସମାଧାନ ଏହି ମନ୍ତ୍ରଣାଳୟ କରିବ।

By amfnews

Related Post