Tue. Oct 13th, 2026

ଆଫଗାନ ରାଜଧାନୀ କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ

286 Views

କାବୁଲ: ସୋମବାର ପ୍ରତ୍ୟୁଷରେ ଆଫଗାନର ରାଜଧାନୀ କାବୁଲସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଝରକା ଧଡ଼ ଧଡ଼ ହେବା ସହ ଆକାଶକୁ ଧୂଆଁ ଉଠିଥିଲା।

ସକାଳ ଯାତ୍ରୀଙ୍କ ଗହଳି ଭରା ନଗରୀ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରେ ସରକାରୀ କର୍ତ୍ତୃପକ୍ଷ ଏବଂ ପୁଲିସ ଥିଲେ ବି ମୃତାହତଙ୍କ ସଂକ୍ରାନ୍ତରେ କୌଣସି ଖବର ଆସି ପାରି ନାହଁ। କାବୁଲ୍‌ର ମୁଖ୍ୟ ପୁଲିସ ମୁଖପାତ୍ର ଫିର୍‌ଦୌସ୍‌ ଫାରାମଜା ବିସ୍ଫୋରଣ କଥା ସତ ବୋଲି କହିଥିଲେ ବି, କାହାକୁ ଲକ୍ଷ୍ୟ କରି ଏବଂ କି ପ୍ରକାର ବିସ୍ଫୋରଣ ହୋଇଛି ତାହା ଜଣାପଡ଼ିନାହିଁ।

ଉଭୟ ତାଲିବାନ ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ କାବୁଲରେ ସକ୍ରିୟ ଅଛନ୍ତି। ମଧ୍ୟ ପ୍ରାଚ୍ୟ ରାଜ୍ୟ କତାରରେ ତାଲିବାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏହି ଆକ୍ରମଣ କରା ଯାଇଛି। କତାରରେ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଗୋଟାଏ ରାଜନୈତିକ କାର୍ଯ୍ୟାଳୟ ପରିଚାଳନା କରନ୍ତି।

By amfnews

Related Post