ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ରବିବାର ଦିନ ଭାରତୀର ନିର୍ବାଚନ କମିସନ୍ ସମୟ ନିର୍ଘଣ୍ଟ ଘୋଷଣା କରିବେ। ଆଜି ସନ୍ଧ୍ୟା ୫ଟାରେ ବିଜ୍ଞାନ ଭବନ ଠାରେ ଡକା ଯିବାକୁ ଥିବା ସମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇ ପାରେ। ଏକଧିକ ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ସ୍ୱରୂପ ଦିଲ୍ଲୀ ଠାରେ ଶନିବାର ଦିନ ନିର୍ବାଚନ କମିସନ୍ ସମୀକ୍ଷା ବୈଠକ କରାଇଥିଲେ। ସମଗ୍ର ଦେଶରେ ପ୍ରାୟ ୧୦ ଲକ୍ଷ ଭୋଟ୍ ବୁଥ୍ରେ ୫୪୩ଟି ଆସନ ଲାଗି ନିର୍ବାଚନ କରାଯିବ। ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍ ୩ ତାରିଖରେ ଶେଷ ହେଉଛି। ୭ ରୁ ୯ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଯିବ ବୋଲି ଆଶା କରାଯାଉଛି। ଏପ୍ରିଲ୍ ୧୦ ରୁ ଆରମ୍ଭ ହୋଇ ମେ ୧୫ ତାରିଖ ମଧ୍ୟରେ ଭୋଟ୍ ଗ୍ରହଣ ଶେଷ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶର ବିଧାନସଭା ଲାଗି ମଧ୍ୟ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରି ପାରନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
449 Viewsଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ଆମେଠି ଓ…
