Sat. May 11th, 2024

ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟକୁ ଖଣ୍ଡନ କଲେ ଭକ୍ତ ଦାସ, ଯେକୌଣସି ଅଫିସ୍ ବିଅରର୍ ଲଢିପାରିବେ ନିର୍ବାଚନ

By Manas Jun 11, 2018 #Featured
207 Views

ଭୁବନେଶ୍ୱର, ଜୁନ ୧୧ : ବହୁ ଚର୍ଚ୍ଚିତ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ୍ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ଏହାକୁ ଖଣ୍ଡନ କରିବା ସହ ଯେକୌଣସି ଅଫିସ୍ ବିଅରର୍ ନିର୍ବାଚନ ଲଢିପାରିବେ ବୋଲି କହିଛନ୍ତି । ଏହା ସହ ମଇଦାନରେ ବିଜୟ ସମ୍ଭାବନା ହିଁ ମୁଖ୍ୟ ଏଜେଣ୍ଡା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଯାହାର ଭଲ ସଙ୍ଗଠନ ଥିବ ସେ ନିର୍ବାଚନ ଜିତିପାରିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ କି, ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲା ପରେ ୱାନ୍ ମ୍ୟାନ ୱାନ୍ ପୋଷ୍ଟ୍ କଥା ଉଠିଥିଲା । ଏହି ନିୟମରେ ପ୍ରକାଶ ଇସ୍ତଫା ଦେଇଛନ୍ତି ବୋଲି ନିଜେ କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପରେ ନିରଞ୍ଜନଙ୍କ ଏହି କଥା ବିରୋଧରେ ବିଷୋଦଗାର କରିଥିଲେ ଦଳର ବରିଷ୍ଠ ନେତା ସୁର ରାଉତରାୟ  ।

By Manas

Related Post