Sun. Apr 28th, 2024

ବଢିଲା ବିଦ୍ୟୁତ ଶ୍ରମିକଙ୍କ ଦରମା, ଉପକୃତ ହେବେ ୨୫ହଜାର ଶ୍ରମିକ

By Naresh Kumar Jun 11, 2018 #Featured
132 Views

ଭୁବନେଶ୍ୱର, ଜୁନ ୧୧ : ଶେଷରେ ବିଦ୍ୟୁତ୍ ଶ୍ରମିକଙ୍କ କଥା ଶୁଣିଲେ ରାଜ୍ୟ ସରକାର । ବୃଦ୍ଧି ହେଲା ବିଦ୍ୟୁତ୍ ଶ୍ରମିକଙ୍କ ଦରମା । ଶ୍ରମିକ ବୋର୍ଡର ସୁପାରିଶ ଅନୁସାରେ ଶ୍ରମିକଙ୍କ ମୋଟ ଦରମାର ୩୩% ଦରମା ବୃଦ୍ଧି କରାଯାଇଛି ।

ଗତ ୨୦୧୫ ମସିହାରୁ ପିଛିଲା ଭାବେ ସେମାନଙ୍କ ଦରମା ଲାଗୁ କରାଯିବ ବୋଲି କହିଛନ୍ତି ସରକାର । ଏହା ସହ ଏହି ବର୍ଧିତ ଦରମାରେ ପ୍ରାୟ ୨୫ହଜାର ଶ୍ରମିକ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ।

Related Post