Wed. Oct 14th, 2026
322 Views

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଗୋପବନ୍ଧୁ ନଗର ଗଦି ଗାଁରେ ରାମ ରାଉତ ଓ ଲକ୍ଷ୍ମଣ ରାଉତଙ୍କ ଗୁହାଳ ଘରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏଥିରେ ସାତୋଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗୁହାଳରେ ମଶାଙ୍କ ପାଇଁ ଦିଆଯାଇଥିବା ଝୁଣା ଧୂଆଁରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପ୍ରଥମେ ରାମ ରାଉତଙ୍କ ଗୁହାଳ ଘରେ ନିଆଁ ଲାଗିଥିଲା। ଆଉ ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁଚାହୁଁ ଦୁଇଟି ଗୁହାଳକୁ ବ୍ୟାପୀ ଯାଇଥିଲା। ଫଳରେ ଗାଈମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଖବର ପାଇ ବାସୁଦେବପୁର ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା।

By amfnews

Related Post