Thu. Sep 24th, 2026

ଆତ୍ମସମର୍ପଣ କଲେ କାଲିଫର୍ଣ୍ଣିଆରେ ଭାରତୀୟ ଛାତ୍ରଙ୍କୁ ଗୁଳି ମାରି ହତ୍ୟା କରିଥିବା ଆମେରିକୀୟ

348 Views

ଓ୍ଵାସିଂଟିନ୍‌: ସାନ୍‌ ବର୍ଣ୍ଣାଡିନୋ ପୁଲିସ ନିକଟରେ ଜଣେ ଆମେରିକୀୟ ନାଗରିକ ଆତ୍ମସମର୍ପଣ କରିଛି ଏବଂ ଗତ ସପ୍ତାହରେ ଭାରତୀୟ ନାଗରିକ ଅଭିଷେକ ସୁଦେଶ ଭଟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଗିରିଫ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।

ସନ୍ଦିଗ୍ଧ ୪୨ ବର୍ଷିୟ ଏରିକ୍‌ ଟର୍ଣ୍ଣର୍‌ ଶନିବାର ଦିନ ଆସି ଆତ୍ମସମର୍ପଣ କରିଥିବା କଥା ସାନ୍‌ ବର୍ଣ୍ଣାଡିନୋ ପୁଲିସ ବିଭାଗ କହିଛି।
୨୫ ବର୍ଷିୟ ସୁଦେଶ ସାମୟିକ ଭାବେ ଚାକିରି କରୁଥିବା ମୋଟେଲ୍‌ ବାହାରେ ଏରିକ୍‌ ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ଚାର୍ଜରେ ଗିରଫ ହୋଇଛନ୍ତି।

ମହୀଶୂରବାସୀ ଅଭିଷେକ ସାନ ବର୍ଣ୍ଣାଡିନୋସ୍ଥିତ କାଲିଫର୍ଣ୍ଣିଆ ରାଜ୍ୟ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର୍‌ ସାଇନ୍‌ସ୍‌ରେ ସ୍ନାତକୋତ୍ତର କରୁଥିଲେ।
ଗୁରୁବାର ଦିନ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେ ମୃତ ବୋଲି ଜାଣିବାକୁ ପାଇଥିଲେ।

କେଉଁ କାରଣରୁ ତାଙ୍କୁ ଗୁଳି ମାରି ହତ୍ୟା କରାଗଲା ସେ ବିଷୟରେ ପୁଲିସ ତଦନ୍ତ ଚଳାଇଛି। ମଙ୍ଗଳବାର ଦିନ ଟର୍ଣ୍ଣର୍‌ଙ୍କୁ ଅଦାଲତରେ ହାଜର କରାଯିବ।

By amfnews

Related Post