Thu. Jul 23rd, 2026
233 Views

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଊର୍ଦ୍ଧ୍ୱ କାଠ କୋଇଲା ଜବତ କରାଯାଇଛି। ଏହି ଘଟଣାରେ ଏକ ଟାଟା ଏସି ଗାଡ଼ିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତଜଣଙ୍କ ହେଲେ ଗଣେଶ ଚନ୍ଦ୍ର ସେଠୀ।

ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରରେ ଏକ ଟିମ୍‌ ପେଟ୍ରୋଲିଂ କରୁଥିବା ସମୟରେ ଚାଉଳିଆ ପୋଲ ନିକଟରେ ଏକ ଟାଟା ଏସି ଗାଡ଼ି ଉପରେ ଚଢ଼ଉ କରି ୫୦ ବସ୍ତାରୁ ଊର୍ଦ୍ଧ୍ୱ କାଠ କୋଇଲା ଜବତ କରିଥିଲା। ବନ ବିଭାଗ କର୍ମଚାରୀମାନେ ଡ୍ରାଇଭରକୁ ଗିରଫ କରିଥିବା ବେଳେ କୋଇଲା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତେବେ ଏହି ଗାଡ଼ିରେ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜରୁ ଭୁବନେଶ୍ୱର ବାଳକାଟିକୁ ଚାଲାଣ କରାଯାଉଥିବା ଜଣାଯାଇଛି।

By amfnews

Related Post