Thu. Sep 24th, 2026

ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

197 Views

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ତାଙ୍କ ନା ଏମ୍. ଭେଙ୍କଟ ରାଓ ।

ଗତକାଲି ଅଫିସ୍ କାମ ପାଇଁ ଏମ୍. ଭେଙ୍କଟ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ । ତେବେ ଫେରିଲା ବେଳେ ଜେଇଙ୍କ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌  ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି।

ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ସମସ୍ତେ ଏକ ସଙ୍ଗା ହରଡ଼ାପୁଟ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ କିପରି ନିଖୋଜ ହୋଇଗଲେ, ଅନ୍ୟମାନେ ଜାଣିପାରିଲେ ନାହିଁ କିମ୍ବା ତାଙ୍କୁ ଖୋଜିବାକୁ ଚେଷ୍ଟା କଲେ ନାହିଁ ତାହା ସମସ୍ତ ଘଟଣାକୁ ରହସ୍ୟ ଘେରରେ ରଖିଛି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

 

By amfnews

Related Post