Tue. Oct 13th, 2026

୪୦ ବର୍ଷ ବୟସରେ ପାଦ ଦେଲେ ବିଦ୍ୟା ବାଲନ, ପରିବାର ସହ ମନାଇଲେ ଜନ୍ମଦିନ

432 Views

ମୁମ୍ବାଇ: ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବଲିଉଡ୍‌ର ବହୁ ଲୋକପ୍ରିୟ ନାୟିକା ବିଦ୍ୟା ବାଲନ। ବିଦ୍ୟା ୧୯୭୯ ମସିହା ଜାନୁଆରି ପହିଲାରେ ଜନ୍ମ ଗ୍ରହଣ କରିଥିଲେ। ବିଦ୍ୟା ମୁମ୍ବାଇରେ ନିଜ ପରିବାର ବର୍ଗଙ୍କ ସହ ଜିରୋ ନାଇଟ୍‌ ସେଲିବ୍ରେସନ ସହ ନିଜ ଜନ୍ମଦିନ ମନାଇଥିବା ଦେଖିବାକୁ ମିଳିଛି। ଜନ୍ମଦିନ ଅବସରରେ ସେ ଅଶି ଦଶକର ନାୟିକାମାନେ ପିନ୍ଧୁଥିବା ଭଳି ଏକ ପୋଷାକ ପରିଧାନ କରି ବେଶ୍‌ ଚମତ୍କାର ଦିଶୁଛନ୍ତି। ସବୁଜ ରଂଗର ପୂରା ଗାଉନ୍‌ ସହ ଅଣ୍ଟାରେ ଏକ କଳା ବେଲ୍‌ଟ ବାନ୍ଧିଛନ୍ତି ବିଦ୍ୟା। ବିଦ୍ୟାଙ୍କ ସହ ତାଙ୍କ ପୂରା ପରିବାର ରହିଥିବା ବେଳର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଦ୍ୟା ବାଲନ ଶେଷ ଥର ପାଇଁ ୨୦୧୭ ମସିହାରେ ‘ତୁମ୍‌ହାରି ସୁଲ୍ଲ’ ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ। ତା’ପରେ ସେ ୨୦୧୮ ମସିହାରେ କୌଣସି ଚଳଚ୍ଚିତ୍ରରେ ଦେଖିବାକୁ ମିଳିନାହାନ୍ତି। ସେ ଏବେ ନିଜର ଏକ ରେଡିଓ ସେଣ୍ଟର ଖୋଲି ରେଡିଓ ଜକି ଭାବେ କାମ କରୁଛନ୍ତି।

 

By amfnews

Related Post