Tue. Sep 1st, 2026

ମାର୍ସଲ ଆର୍ଟର କମାଲ! ଅପହରଣକାରୀଙ୍କୁ ଚଖ୍‌ମା ଦେଇ ଖସିଲା ୧୨ ବର୍ଷର ବାଳକ

325 Views

ମୁମ୍ବାଇ: ନବି ମୁମ୍ବାଇର ଜଣେ ୧୨ ବର୍ଷିଅ ବାଳକ ନିଜେ ନିଜର ରକ୍ଷା କରି ଅପହରଣକାରୀଙ୍କ କବଳରୁ ବଞ୍ଚାଇ ଏବେ ଚର୍ଚ୍ଚା ପାଲଟିଛି। ୧୨ ବର୍ଷିଅ ଏହି ନାବାଳକ ଜଣକ ଶିଖିଥିବା ମାର୍ସଲ ଆର୍ଟ ପ୍ରୟୋଗ କରି ଅପହରକାରୀ କବଳକୁ ଖସି ପଳାଇଥିବା ଘଟଣା ସଭିଙ୍କୁ ଚକିତ କରିଛି।

ଜାଣିବାକୁ ମିଳିଛି ଯେ ଅପହରଣକାରୀ ଜଣକ ପ୍ରଥମେ ପିଲାଟିକୁ ଚକୋଲେଟର ପ୍ରଲ୍ଲୋଭନ ଦେଖାଇଥିଲା। ମାତ୍ର ପିଲାଟି ଚତୁର ଥିବାରୁ ସେ ଚକୋଲେଟ ନେବାକୁ ଅପହରଣକାରୀକୁ ମନା କରି ଦେଇଥିଲା। ଫଳରେ ଅପହରଣକାରୀ ଜଣକ ବଳପୂର୍ବକ ବାଳକଟିକୁ ଧରି କାର୍‌ ଭିତରକୁ ନେବାକୁ ଚେଷ୍ଟା କରିଥିଲା।

କାର୍‌ ଭିତରକୁ ନେବା ବେଳେ ଅପହରଣକାରୀ ନିଜର ସହଯୋଗୀମାନଙ୍କୁ ଠାର ମାରୁଥିବା ବେଳେ ବାଳକଟି ଦେଖି ଦେଇଥିଲା। ଫଳରେ ସେମାନେ ତାକୁ ଅପହରଣ କରୁଛନ୍ତି ବୋଲି ବୁଝି ପାରିଥିଲା। ବାଳକଟି ଫଳରେ ନିଜେ ଶିଖିଥିବା ମାର୍ସଲ ଆର୍ଟ ପ୍ରୟୋଗ କରି ଅପହରଣକାରୀଙ୍କୁ ହରାଇ ନିଜେ ଖସି ପଳାଇ ପାରିଥିଲା। ଶେଷରେ ସେ ସେଠାରୁ ଖସି ଯାଇ ନିଜ ଟିଉସନ୍‌ରେ ପହଞ୍ଚିଥିଲା।

By amfnews

Related Post