Fri. Jul 3rd, 2026

୩ ବିଧାୟକ ଇସ୍ତଫା ଦେବା ପରେ ୬୫ ବିଧାୟକଙ୍କୁ ହୋଟେଲ୍‌ରେ ବନ୍ଦ କରି ରଖିଛି ଗୁଜରାଟ କଂଗ୍ରେସ

342 Views

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ଗୁଜରାଟ କଂଗ୍ରେସ ବାକି ୬୫ ଜଣ ବିଧାୟକଙ୍କୁ ତିନୋଟି ରିସର୍ଟ ଏବଂ ହୋଟେଲ୍‌ ବନ୍ଦ କରି ରଖିଛି।

ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଗୁଜରାଟ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଗତ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେଇ ଥିବା ୩ ଜଣ ହେଉଛନ୍ତି ଅକ୍ଷୟ ପଟେଲ୍ (କର୍ଜନ୍), ଜିତୁ ଚୌଧୁରୀ (କପ୍ରଦା) ଏବଂ ବ୍ରଜେଶ ମିଶ୍ର (ମୋର୍ବି)। ତେଣୁ, ଅବଶିଷ୍ଟ ୬୫ଜଣ ବିଧାୟକଙ୍କୁ ଶନିବାର ଦିନ କଂଗ୍ରେସ ଅମ୍ବାଜୀ, ରାଜକୋଟ ଏବଂ ବଡ଼ୋଦରା ନିକଟସ୍ଥ ତିନିଟି ରିସର୍ଟରେ ଅଟକାଇ ରଖିଛି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ରାଜକୋଟର ନୀଲ୍ ସିଟି ରିସର୍ଟରେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ରଖାଯାଇଥିବା ବେଳେ ଅବଶିଷ୍ଟ ବିଧାୟକମାନଙ୍କୁ ପଡ଼ୋଶୀ କଂଗ୍ରେସ ଶାସନାଧୀନ ରାଜସ୍ଥାନର ୱାଇଲ୍ଡ୍ ଉଇଣ୍ଡ୍ ରିସର୍ଟ ଏବଂ ବଡ଼ଦୋରାର ଏରିଜ୍ ରିଭର୍‌ସାଇଡ୍ ଫାର୍ମହାଉସ୍‌ରେ ରଖାଯାଇଛି।

ଜୁନ୍ ୧୯ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆହୁରି ଦୁଇଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବା ଅନୁମାନ କରାଯିବା ପରେ ଦଳ ତରଫରୁ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

By amfnews

Related Post