Fri. Jul 31st, 2026

ଦୁଇ ଡାକ୍ତରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା

218 Views

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ସରକାରୀ ହସ୍ପିଟାଲର  ଜଣେ ମହିଳା ଡାକ୍ତରଙ୍କ ସହ ଅନ୍ୟ ଜଣେ ପୁରୁଷ ଡାକ୍ତର କରୋନା ଆକ୍ରାନ୍ତ ଥିବା ଜଣାଯାଇଛିl ଦୁହିଁଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଏଦୁହେଁ ରାଉରକେଲା ଇସ୍ପାତ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣାଯାଇଛି। ଏହା ଆଜି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଏହାପରେ  ରାଉରକେଲା ରକ୍ତ ଭଣ୍ଡାର ଓ ହସ୍ପିଟାଲରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି l ହସ୍ପିଟାଲ ଓ ବ୍ଳଡ଼ ବ୍ୟାଙ୍କକୁ ବିଶୋଧନ କରାଯାଇଛି l ଏବେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ ପୂର୍ବରୁ କଟକର ସିଟି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରର ଏମ୍ସର ଜଣେ ଜୁନିଅର୍ ଡାକ୍ତର ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

By amfnews

Related Post