Sun. Oct 18th, 2026

୩୨ ହଜାର ଟଙ୍କାରେ ବିକ୍ରି ହେଲା ଓଜନ କରିବାକୁ ନିକିତି ନ ଥିବା ପ୍ରକାଣ୍ଡ କୈବଲ୍ୟ ମାଛ

252 Views

ଚାନ୍ଦବାଲି  : ବଙ୍ଗୋପସାଗର ଧାମରା ଉପକୂଳର ଗଭୀର ସମୁଦ୍ର ଭିତରୁ ୧୨ ଜଣ ମତ୍ସ୍ୟଜୀବୀ ଗୋଟାଏ ପ୍ରକାଣ୍ଡ କୈବଲ୍ୟ ମାଛ ଧରିଛନ୍ତି। ‘ଆଲୋକଜ୍ୟୋତି’ ନାମକ ମାଛଧରା ଡଙ୍ଗାର ମତ୍ସ୍ୟଜୀବୀମାନେ ଧରିଥିବା ଏହି ଦୁଷ୍ପ୍ରାପ୍ୟ ମାଛଟିକୁ ବିକ୍ରି କରିବା ପାଇଁ କୋଲ୍‌କାତା ନିଆଯାଇଥିଲା। ଏତେ ବଡ଼ ମାଛଟିକୁ ଓଜନ କରିବାକୁ ସେଠାରେ ମଧ୍ୟ କଣ୍ଟା ମିଳିଲା ନାହିଁ। ତେଣୁ ଗୋଟାଏ ଟ୍ରଲିରେ ଏହାର ଆନୁମାନିକ ଓଜନ ୧୫୦ କିଲୋ ବୋଲି ଧରାଯାଇ ୩୨ ହଜାର ଟଙ୍କାରେ ବିକ୍ରୟ କରାଗଲା। କୋଲ୍‌କାତାର ଏସ୍‌ଏଫ୍‌ଟି ନାମକ ଘରୋଇ ଔଷଧ କମ୍ପାନି ଏହାକୁ ଖରିଦ କରିବା ପରେ କୋଏତ ପଠାଇଛି।

‘ଆଲୋକଜ୍ୟୋତି’ର ମାଲିକ ରମେଶ ନାୟକ କହନ୍ତି: କୋଲ୍‌କାତାରେ ଏଇ ମାଛଟି ଓଜନ ହୋଇ ନ ପାରିବାରୁ ଆନୁମାନିକ ଓଜନରେ ମାତ୍ର ୩୨ ଜହାର ଟଙ୍କାରେ ବିକ୍ରି ହେଲା, କିନ୍ତୁ ଏହା ଦାମ ଲକ୍ଷେ ଟଙ୍କା ହେବ।

By amfnews

Related Post