Mon. Jul 27th, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରକୁ ଆକ୍ରମଣ!

184 Views

ବାଲେଶ୍ୱର  : ଆଜି ବାଲେଶ୍ବରରେ ଘଟିଛି ପୁଣି ଏକ ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ସମୟରେ ତେଲେଙ୍ଗା ସାହିର ଏନ୍‌.ରୋହିତ ରାଓ (୧୮) ଏବଂ ଚନ୍ଦନ ପୋଖରୀ ନିକଟ ଅଞ୍ଚଳର ନିତ୍ୟାନନ୍ଦ ସାହୁ (୨୬) ଏକ ବାଇକ ଯୋଗେ ନୂଆ ବଜାର ଆଡ଼କୁ ଯାଉଥିଲେ।

ଆନନ୍ଦ ବଜାରର ଲୋକନାଥ ମାର୍କେଟ ନିକଟରେ ହଠାତ୍ ଦୁଇଟି ବାଇକରେ ଛଅ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କ ଉପରେ ଆକ୍ରମଣକରିଥିଲେ। ସେମାନେ ଦୁହିଁଙ୍କୁ ବନ୍ଧୁକ ଓ ତେଲେଙ୍ଗା କଟୁରିରେ ଆକ୍ରମଣ କରିବା ସମୟରେ ଏନ୍‌ ରୋହିତ ରାଓଙ୍କର ଗୋଡ଼ରେ ଗୁଳି ବାଜିଥିବା ଜଣାଯାଇଛି।

ଅପର ପକ୍ଷରେ ଆକ୍ରମଣକାରୀମାନେ ନିତ୍ୟାନନ୍ଦ ସାହୁଙ୍କ ମୁଣ୍ଡରେ କଟୁରିରେ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ସେଦୁହେଁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

By amfnews

Related Post