Tue. Sep 29th, 2026

୨୪ ବର୍ଷ ହେବ ବୃନ୍ଦାବନରେ ବାସ କରୁଥିବା କାନଡୀୟ ବ୍ୟକ୍ତି ଗିରଫ

302 Views

ମଥୁରା, ଡିସେମ୍ବର ୨୭ : ଜାଲ କାଗଜପତ୍ର ବ୍ୟବହାର କରି ଗତ ୨୪ ବର୍ଷ ଧରି ବୃନ୍ଦାବନରେ ବସବାସ କରୁଥିବା ଜଣେ କାନଡୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ସିଟି ଏସ୍‌ପି ଶ୍ରବଣ କୁମାର ସିଂହ କହିଛନ୍ତି ଯେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୫୫ ବର୍ଷିୟ ରେୟାନ୍‌ ଆଡ୍‌ଓ୍ଵାର୍ଡ ଗ୍ଲାଡ୍‌ ଷ୍ଟୋନ୍‌ଙ୍କୁ ମଙ୍ଗଳବାର ସନ୍ଧ୍ୟା ବେଳେ ବୃନ୍ଦାବନ ପୁଲିସ ଓ ଏଲ୍‌ଆଇୟୁ ଇସକନ ମନ୍ଦିର ନିକଟରୁ ଗିରଫ କରିଛନ୍ତି।

ଏସ୍‌ପି କହିଛନ୍ତି ଜାଲ୍‌ କାଗଜପତ୍ର କରି ସେ ବୃନ୍ଦାବନରେ ବାସ କରୁଥିଲେ।

ଗିରଫ ହେବା ପରେ ସେ ଜଣେ ଆଡ୍‌ଭୋକେଟଙ୍କ ଦ୍ୱାରା ପ୍ରସ୍ତୁତ ଜାଲ୍‌ କାଗଜପତ୍ର ପୁଲିସକୁ ଦେଖାଇଥିଲେ। ଏଥିରେ ହରିୟାଣାରେ ତାଙ୍କର ଅନ୍ୟ ଏକ ଠିକଣା ଥିବା କଥା ଉଲ୍ଲେଖ ରହିଛି।

ଆଇପିସି ଏବଂ ବିଦେଶୀ ନାଗରିକ ଆଇନ୍‌ର ବିଭିନ୍ନ ଧାରାରେ ତାଙ୍କୁ ଗିରଫ କରାଯାଇଛି। ଆଇବି ଏବଂ ସ୍ଥାନୀୟ ଗୁରୁନ୍ଦା ୟୁନିଟ୍‌ ତାଙ୍କୁ ପଚରା ଉଚୁରା କରୁଛି।

By amfnews

Related Post