Sun. Jun 14th, 2026

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

216 Views

ଠାକୁରମୁଣ୍ତା, ଡିସେମ୍ବର ୨୭ : ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ ଜଣେ ୨୫ ବର୍ଷିୟା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘରେ କେହି ନଥିବା ବେଳେ ଜଣେ ବିବାହିତ ଯୁବକ ଘରେ ପଶି ଜୋର୍‌ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ସଂପୃକ୍ତ ଯୁବକ ଜଣକ ହେଉଛି କେଶଡିହା ଗ୍ରାମର ଭଞ୍ଜ ମହାକୁଡ଼(୪୫)। ଏ ନେଇ ପୀଡ଼ିତାଙ୍କ ଭାଇ ଏତଲା ଦେବା ପରେ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଗତ ୨୩ ତାରିଖ ପ୍ରାୟ ସାଢ଼େ ୯ଟା ହେବ। ପରିବାର ସମସ୍ତ ବୟସ୍କ ବ୍ୟକ୍ତି କାମଧନ୍ଦା ପାଇଁ ବାହାରକୁ ଯାଇଥିଲେ।

ଏତିକିବେଳେ କାମାନ୍ଧ ଭଞ୍ଜ ସଂପୃକ୍ତ ଯୁବତୀଙ୍କ ଘରେ ପହଞ୍ଚିଥିଲା। ଘରେ ଥିବା ଛୋଟ ପିଲାମାନଙ୍କୁ କିଛି ପଇସା ଦେଇ ଚକୋଲେଟ୍‌ ଆଣିବାକୁ ବାହାରକୁ ପଠାଇ ଦେଇଥିଲା। ଏହାର ସୁଯୋଗ ନେଇ ଭଞ୍ଜ ଅତି ଅମାନୁଷିକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ସୂଚନା ପାଇ ପଡ଼ୋଶୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କୁ ଦେଖି ଭଞ୍ଜ ଘଟଣାସ୍ଥଳରୁ ଖସି ପଳାଇଥିଲା। ତେବେ ଏନେଇ ପୀଡ଼ିତାଙ୍କ ଭାଇ ଗତକାଲି ମହୁଲଡିହା ଥାନାରେ ଏତଲା ଦେଇଥିଲେ। ପୁଲିସ ଥାନା କେସ ନ˚.୪୫/୧୮ରେ ମାମଲା ରୁଜୁ କରି ଭଞ୍ଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।

By amfnews

Related Post