Thu. Jul 2nd, 2026

୧୩ବର୍ଷର ଅନ୍ତସତ୍ତ୍ୱା ଗଣଦୁଷ୍କର୍ମର ଶିକାର, ଛାତରୁ ଡେଇଁ କଲେ ଆତ୍ମହତ୍ୟା

209 Views

ନୂଆଦିଲ୍ଲୀ: ଜଣେ ୧୩ବର୍ଷର ଅନ୍ତସତ୍ତ୍ୱା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୬ଜଣ ଯୁବକ ଯୁବତୀଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ। ଏହି ଘଟଣା ଘଟିବା ପରେ ଅନ୍ତସତ୍ତ୍ୱା ଛାତରୁ ନେଇ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଗୋଟିଏ ମାସ ହେବ ଅନ୍ତସତ୍ତ୍ୱା ଥିଲେ। ଏଭଳି ଏକ ଘଟଣା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଘଟିଛି।

ଛାତରୁ ଡେଇଁବା ପୂର୍ବରୁ ଯୁବତୀ ତାର ସାଙ୍ଗକୁ ଏକ ମେସେଜ ପଠାଇଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ମୁଁ ଚାଲିଯିବ। ମୁଁ ତତେ ବହୁତ ଭଲ ପାଏ।’ ସ୍ଥାନୀୟ ମଡିଆ ରିପୋର୍ଟ ମୁତାବକ, ଯୁବତୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେକ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି, ଯଦି ମୁଁ ଅନ୍ତସତ୍ତ୍ୱା ନଥାଆନ୍ତି ତେବେ ଏହି ନିଷ୍ପତ୍ତି କେବେଠାରୁ ନେଇ ସାରି ଥାଆନ୍ତି।

ପୁଲିସ ଅଧିକାରୀ କ୍ରିସନ୍‌ ପ୍ୟାଟନଚରୋନ୍‌ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କଥା ସ୍ୱୀକାର କରିଛନ୍ତି। ଘଟଣାର ସାମିଲ ଦୁଇ ଦୁଷ୍କର୍ମକାରୀଙ୍କ ପରିଚୟ ମିଳି ଯାଇଛି। ତେବେ ଯୁବତୀ ଜଣକ ଘଟଣା ଘଟିବା ଦିନ ରାତିରେ ଉକ୍ତ ସନ୍ଦିଗ୍ଧ ଯୁବକଙ୍କୁ ଦେଖା କରିବାକୁ ଯାଇଥିବା କୁହାଯାଉଛି।

By amfnews

Related Post